ପୁଣି ୬ଜଣ କରୋନା ପଜିଟିଭ୍, ୭୪ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ଯାଜପୁରରୁ ଓ ସୁନ୍ଦରଗଡ଼ରୁ ଜଣେ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଯାଜପୁରରେ ଚିହ୍ନଟ ୫ଟି ମାମଲା ମଧ୍ୟରୁ କୋରେଇ ବ୍ଲକରୁ ଜଣେ, ଯାଜପୁର ବ୍ଲକରୁ ୩ ଜଣ ଓ ଦଶରଥପୁର ବ୍ଲକର ଜଣେ ବୋଲି ଜଣାପଡ଼ିଛି । ଆଜି ସକାଳେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଫଳରେ ଆଜି ଗୋଟିଏ ଦିନରେ ମୋଟ ୧୩ ଟି କରୋନା ପଜିଟିଭ ଚିହ୍ନଟ ହୋଇଛି ।

ଜିଲ୍ଲା ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାଜପୁରର ଏହି ୫ ଜଣ ଗତ ୨୮ ଓ ୨୯ ତାରିଖରେ କୋଲକତାରୁ ଫେରିଥିଲେ । ସେମାନେ ହାୱଡା ଅଞ୍ଚଳର କେତେକ କାରଖାନାରେ ଶ୍ରମିକଭାବେ କାମ କରୁଥିଲେ । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ବୋଲି କହିଛନ୍ତି । ଏମାନେ କୋଲକତାରୁ ଫେରିଥିବା ଜଣାଯାଇଛି । ଖୁବଶୀଘ୍ର ସଂପୃକ୍ତ ଅଞ୍ଚଳଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *