କରୋନାରୁ ମୁକ୍ତ ହେଲେ ଆଉ ୫୦, ଗଞ୍ଜାମରୁ ୨୨

ଭୁବନେଶ୍ୱର: ରାଜ୍ୟରେ ଆଉ ୫୦ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ଆରୋଗ୍ୟ ହୋଇଥିବା ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୯୩ରେ ପହଞ୍ଚିଛି ।

ଗଞ୍ଜାମ ଜିଲ୍ଲାରୁ ୨୨ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ, ଯାଜପୁର ଓ ବୌଦ୍ଧରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ଏବେ ମୋଟ ୧୧୦୩ଜଣ ରୋଗୀଙ୍କ ମଧ୍ୟରୁ ୭୦୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମର ମୋଟ ୩୧୭ଜଣ ରୋଗୀଙ୍କ ମଧ୍ୟରୁ ୧୮୨ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ୧୩୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ଜଣଙ୍କର ମୃତ୍ୟୁ ହୋଇଛି ।

ଅନୁରୂପ ଭାବେ ବାଲେଶ୍ୱରର ୧୨୨ଜଣ ରୋଗୀଙ୍କ ମଧ୍ୟରୁ ୨୭ଜଣ ସୁସ୍ଥ ହୋଇଥିବା ବେଳେ ୯୫ଜଣ ଚିକିତ୍ସିତ ହେଉଛନ୍ତି । ଯାଜପୁରର ୧୭୯ଜଣ ରୋଗୀଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୯ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *