ପୁଣି ୫, ୭୯କୁ ବଢ଼ିଲା ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଆଉ ୫ଜଣ କରୋନା ପଜେଟିଭ୍ ଚିହ୍ନଟ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରୁ ୭୯କୁ ବୃଦ୍ଧି । ହେଲେ ଆଜିର ଏହି ୫ଜଣ ବାଲେଶ୍ୱର ଅଂଚଳର ବୋଲି ସୂଚନା ମିଳିଛି । ବର୍ତ୍ତମାନ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ଜଣାପଡ଼ି ନାହିଁ ।
ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଛୁଇଁଲା । ସେଥିମଧ୍ୟରୁ ୨୫ଜଣ ସୁସ୍ଥ ହୋଇଛନ୍ତି, ଜଣେ ମୃତ୍ୟୁବରଣ କରିଛନ୍ତି ଅନ୍ୟ ୫୩ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧ହଜାର ୭୪୮ଟି ସାମ୍ପଲ ଟେଷ୍ଟ ହୋଇଛି । ଏଯାବତ୍ ୪୮୬୧ଟି ସାମ୍ପଲ୍ ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶ କରାଯାଇଛି ।
ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସକାଳେ ଭଦ୍ରକରୁ ୫ଜଣ, ବାଲେଶ୍ୱରରୁ ୨ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୬ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ ସେଥିମଧ୍ୟରୁ ଯାଜପୁରରୁ ୫ଜଣ ଓ ସୁନ୍ଦରଗଡ଼ରୁ ଜଣେ ପଜେଟିଭ୍ ଚିହ୍ନଟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *