ତିନି ଜିଲ୍ଲାର ସ୍ଥିତି ଅଣାୟତ: ୬୦ ଘଣ୍ଟାର ସଟ୍ ଡାଉନ୍

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ତ୍ତମାନ କରୋନା ଅଣାୟତ ହେବାକୁ ଯାଉଛି । ବିଶେଷ କରି ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟ ସରକାରଙ୍କର ଚିନ୍ତାକୁ ବଢ଼ାଇ ଦେଇଛି । ବେଶ କିଛି ଦିନ ଧରି କରୋନାରୁ କ୍ଷାନ୍ତ ରହିଥିବା ଓଡ଼ିଶାରେ ଏବେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି । ଆଜି ରାତି ୧୦ଟାରୁ ଆସନ୍ତା ୨୬ ତାରିଖ ସକାଳ ଦଶଟା ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ କର୍ଫ୍ୟୁପରି ସ୍ଥିିତି ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି । ଏହି ସମୟରେ କେବଳ ଜରୁରୀ କାଳୀନ ସେବା ଜାରି ରହିବ । ଅନୁମୋଦିତ ମେଡିସିନ ଦୋକାନ ହିଁ ଖୋଲା ରହିବ ବୋଲି ସେ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶାରୁ ଚିହ୍ନଟ ହୋଇଥିବା ମୋଟ ୮୯ ଜଣରୁ କେବଳ ୩୩ଜଣ ଏହି ତିନି ଜିଲ୍ଲାର ବାସିନ୍ଦା । କେବଳ ସେତିକି ନୁହେଁ ଗତ ୫ ଦିନ ମଧ୍ୟରେ ୨୯ଜଣଙ୍କ ମଧ୍ୟରୁ ୨୮ଜଣ ପଶ୍ଚିମବଙ୍ଗ ଫେରନ୍ତା । ଏଣୁ ଏହି ତିନି ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେବାକୁ ରାଜ୍ୟସରକାର ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ଓ କଟକରେ ସଟ୍ ଡାଉନ ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିିଥିବା ସେ କହିଛନ୍ତି । ଏହି ସମୟରେ ବ୍ୟାପକ ନମୁନା ପରୀକ୍ଷଣ କରାଯିବା ସହ କଣ୍ଟାକ୍ଟ ଟ୍ରେସିିଂ କରାଯିବ । ଏହା ସହ ସଂପୂର୍ଣ୍ଣ ଜିଲ୍ଲାକୁ ଶୋଧନ କରାଯାଇ ଜୀବାଣୁ ମୁକ୍ତ କରାଯିବ । ଏଣୁ କୌଣସି ବ୍ୟକ୍ତି ଘରୁ ନବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *