ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ଟପିଲା

ଭୁବନେଶ୍ୱର: ପୁଣି ୨୦ ପଜିଟିଭ୍, ଫଳରେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହୋଇଛି । ଏହି ୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ କେବଳ ଗଞ୍ଜାମ ଜିଲ୍ଲାର ରହିଛନ୍ତି । ବାକି ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ର ୩ ଜଣ ଏବଂ ମୟୂରଭଞ୍ଜ, କଟକ, ଯାଜପୁର, ବୌଦ୍ଧ ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏ ରହିଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି । ଗଞ୍ଜାମର ୨୯ ଆକ୍ରାନ୍ତ ସୁରଟ ଫେରନ୍ତା ।

ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ୨ଜଣ ରହିଥିଲା ବେଳେ ଜଣେ ରାଉରକେଲାର ଆକ୍ରାନ୍ତ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି । ମୟୂରଭଞ୍ଜ, କଟକ, ଯାଜପୁର, ବୌଦ୍ଧ ଓ କେନ୍ଦ୍ରାପଡ଼ାରୁ ଚିହ୍ନଟ ଆକ୍ରାନ୍ତ ସୁରଟରୁ ଫେରିଥିଲେ । ସେହିପରି ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ୭, ଖୋର୍ଦ୍ଧାର ୫, ଭଦ୍ରକର ୩ ଓ ବାଲେଶ୍ୱରର ୨ ଜଣ ଅଛନ୍ତି । ଏହି ୧୭ଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୫ରେ ପହଞ୍ଚିିିଛି ।

ରାଜ୍ୟକୁ ପ୍ରବାସୀ ଫେରିଲା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହି ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୯ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧ଟି ଜଲ୍ଲାରେ କରୋନା ପାଦ ଦେଇସାରିଲାଣି । ମୋଟ ୪୧୪ ପଜିଟିଭଙ୍କ ମଧ୍ୟରୁ ୩୨୬ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *