ପୁଣି ସୁସ୍ଥ ହେଲେ ୧୮୬, କଟକରୁ ୬୨

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଆଜି ପୁଣି ୧୮୬ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୫୩୪ ହୋଇଛି । ପୂର୍ବାହ୍ନରେ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ କଟକରୁ ସର୍ବାଧିକ ୬୨ଜଣ ସୁସ୍ଥ ହୋଇଥିବା ବେଳେ କନ୍ଧମାଳରୁ ୪୧, ଖୋର୍ଦ୍ଧାରୁ ୩୨, ଗଞ୍ଜାମରୁ ୧୨, ମୟୁରଭଞ୍ଜରୁ ୮, ଅନଗୁଳରୁ ୭, କେନ୍ଦୁଝରରୁ ୫, ମାଲକାନାଗିରି, ନୟାଗଡ଼ ଓ ପୁରୀରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୫୧୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଏବଂ ୩୫୩୪ଜଣ ସୁସ୍ଥ ହୋଇଥିବା ବେଳେ ୧୬୦୭ଟି ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । କିଲର କରୋନା ୧୪ଜଣଙ୍କର ଜୀବନ ନେଇଛି ।

Spread the love

Leave a Reply

Your email address will not be published. Required fields are marked *