୩୦୪ ପଜିଟିଭ୍ ଚିହ୍ନଟ, ୫ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ । ଗୋଟିଏ ଦିନରେ ରାଜ୍ୟରୁ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫ହଜାର ଟପିଯାଇଛି । ମୋଟ କରୋନା ରୋଗୀଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି ।

କେବଳ ସେତିିକି ନୁହେଁ ଦୁଇଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ମାନେ ହେଲେ ବରଗଡ଼ ଜିଲ୍ଲାର ଜଣେ ୭୬ ବର୍ଷିୟ ପୁରୁଷ ଓ ଗଞ୍ଜାମର ଜଣେ ୪୯ ବର୍ଷିୟ ଯୁବକ ।

ନୂତନ ଭାବେ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ୨୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ଓଡ୍ରାଫ, ଓସଡ଼ମା ଓ ଫାୟାର ସର୍ଭିସେସର ୪୨ ଜଣ ମଧ୍ୟ ଚିହ୍ନଟ ହୋଇଥିବା କୁହାଯାଇଛି । ଗଜପତିରୁ ସର୍ବାଧିକ ୪୦ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୪୦ଜଣ, ଜଗତସିଂହପୁରରୁ ୨୯ଜଣ, ଝାରସୁଗୁଡାରୁ ୨୫ଜଣ, ଯାଜପୁରରୁ ୨୧ଜଣ, ବାଲେଶ୍ୱରରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ୧୬୦୭ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିିତ ହେଉଥିବା ବେଳେ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ପରି ୪ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନିଶହ ଟପିଯାଇଛି ।

Spread the love

Leave a Reply

Your email address will not be published. Required fields are marked *