ସୋଆ ଏନ୍‌ଏସ୍‌ଏସ୍‌ର ଦିନିକିଆ ୱେବିନାର

ଭୁବନେଶ୍ୱର, ୦୬/୦୭: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି)ର ଏନ୍‌ଏସ୍‌ଏସ୍ ଶାଖା ଏବଂ ନାଗପୁର ସ୍ଥିତ ଆଭା ଗାଏକୱାଡ-ପାଟିଲ୍ ଇଞ୍ଜିନିୟରିଙ୍ଗ କଲେଜର ମିଳିତ ଉଦ୍ୟମରେ “ଓଡ଼ିଶାର ସାଂସ୍କୃତିକ ପରମ୍ପରା” ଶୀର୍ଷକ ଦିନିକିଆ ୱେବିନାର ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ୱେବିନାରର ପ୍ରାରମ୍ଭରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଶିକ୍ଷା ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତା ଭାବେ ଜଗନ୍ନାଥ ମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଅଧିକାରୀ ଡ. ଭାସ୍କର ମିଶ୍ର ମହାପ୍ରଭୁ ଜଗନ୍ନାଥଙ୍କ ମହିମା ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ସୁସ୍ଥ ଜୀବନ କିପରି ବିତେଇବା ସେ ସମ୍ପର୍କରେ ଉଦାହରଣ ଦେଇ ବୁଝାଇଥିଲେ । ଆଧ୍ୟାତ୍ମିକ, ମାନସିକ, ସାମାଜିକ ଓ ଶାରୀରିକ ସ୍ୱାସ୍ଥ୍ୟ ବିଗିଡିଗଲେ ସକଳ ପ୍ରକାର ବିଭ୍ରାଟ କେମିତି ଘଟିଥାଏ ସେ ନେଇ ପ୍ରଫେସର ମହାପାତ୍ର ସଚେତନ କରାଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଓଡ଼ିଶାର ଭୂଗୋଳ, ଇତିହାସ ଓ ସଂସ୍କୃତି ସହିତ ପରିଚିତ କରାଇବା ଅବସରରେ ଓଡ଼ିଶାର ରାଜନୀତି, ଧର୍ମ, ମନ୍ଦିର ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ସୋଆ ଏନ୍‌ଏସ୍‌ଏସ୍‌ର କୃତି, କାର୍ଯ୍ୟକଳାପ, ଆଭିମୁଖ୍ୟର ବିବରଣୀ ଦେଇଥିଲେ । ୱେବିନାରକୁ ସୋଆ ଏନ୍‌ଏସ୍‌ଏସ୍ ତରଫରୁ ସଂଚାଳନ କରିଥିଲେ ସୋଆ ଆଇବିସିଏସ୍‌ର ସଂଯୋଜକ ଡ. ଶୋଭନ୍ ପଟ୍ଟନାୟକ । ଆଭା ଗାଏକୱାଡ-ପାଟିଲ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡ. ପ୍ରଶାନ୍ତ କଡୁ ଓ ଆଇବିସିଏସ୍‌ର ସଂଯୋଜକ ପ୍ରଫୁଲ୍ ରାନ୍‌ଡିଭେ ସେମାନଙ୍କ ସ୍ୱେଚ୍ଛାସେବୀ ଏବଂ କର୍ମକର୍ତାଙ୍କ ଗୁଗୁଲ ଫର୍ମ ପଞ୍ଜିକରଣରେ ସାହାଯ୍ୟ କରିଥିଲେ । ଗୁଗୁଲମିଟ ଆପ୍‌ରେ ଲାଇଭ୍ ପ୍ରସାରିତ ଏହି କାର୍ଯ୍ୟକ୍ରମକୁ ଅନେକ ଜଣ ଦେଖିଥିବା ବେଳେ ମୋଟ ୪୭୧ ଜଣ ପଞ୍ଜିକରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *