ବାଲେଶ୍ୱରରୁ ପୁଣି ୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସ୍ପଷ୍ଟ କରାଯାଇଛି । ଫଳରେ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ରହିଛନ୍ତି । ମହିଳାଙ୍କ ବୟସ ଯଥାକ୍ରମେ ୫୫ବର୍ଷ, ୨୯ବର୍ଷ, ୨୩ବର୍ଷ ଓ ୨୨ ବର୍ଷ ହୋଇଥିବା ବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ । ଆକ୍ରାନ୍ତ ମାନେ ପୂର୍ବରୁ ଘରେ କ୍ୱାରେଣ୍ଟାଇନରେ ରହିଥିଲେ । ଏହି ସମସ୍ତ ଆକ୍ରାନ୍ତଙ୍କର ଅଳ୍ପମାତ୍ରାରେ କରୋନା ଲକ୍ଷଣ ଦେଖାଯାଇଥିଲା । ସେମାନଙ୍କର ସ୍ୱାବ୍ ଟେଷ୍ଟ ପରେ ସେମାନଙ୍କର ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଏହି ନୂତନ ୫ ଆକ୍ରାନ୍ତଙ୍କ ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୧୦୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ୭୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାଲେଶ୍ୱର ଭଦ୍ରକ ଓ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ତିନିଗୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା
ପରେ ପରେ ପୁଣି ଯାଜପୁରର ସ୍ଥିତିକୁ ଲକ୍ଷ୍ୟ ରଖି ଯାଜପୁରର ଅର୍ଦ୍ଧେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ଏଠାରେ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ତିନି ଜିଲ୍ଳାରେ ବର୍ତ୍ତମାନ ୪୯ ଆକ୍ରାନ୍ତ ରହିଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଏହି ତିନି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *