ବନ୍ଦ ହେଲା ବୋଲବମ୍

କାଉଡିଆଙ୍କୁ କରୋନା ବ୍ରେକ୍
ଭୁବନେଶ୍ୱର: ରାଜରାସ୍ତାରେ ଚଳିତ ବର୍ଷ ଆଉ ଶୁଭିବନି ବୋଲ୍ ବମ୍ ଓ ହର ହର ବମର ଡାକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଶ୍ରାବଣ ମାସ ସୋମବାର ଦିନ ପ୍ରତି ଶୈବପୀଠରେ ଜଳାଭିଷେକ କରିଥାନ୍ତି । ଯଦି ଏହାକୁ ରୋକାନଯିବ ତେବେ ସଂକ୍ରମଣ ଆହୁରି ବଢ଼ି ଚାଲିବ । ଏଣୁ ଶୈବଭକ୍ତ ଓ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସହ ରାଜ୍ୟର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଯାତ୍ରା ଓ ଜଳାଭିଷେକ ଉପରେ ରୋକ ଲଗାଯାଇଥିବା ସେ କହିଛନ୍ତି । ଏହି ନିଦେ୍ର୍ଦଶନାମା ପରେ ଶୈବ ଭକ୍ତମାନଙ୍କ ମଧ୍ୟରେ ନିରାଶ ଭାବ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *