ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର, ୧୫/୦୫: କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ଭୈାମନଗର ହାଟ ମହାସଂଘର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ୟୁନିଟ୍‌-୪ ଭୈାମନଗର ହାଟ ମହାସଂଘ ତରଫରୁ ସଂଘ କାର୍ଯ୍ୟାଳୟ ଠାରେ କରୋନା ଯୋଦ୍ଧା ସମ୍ମାନ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ଭାବେ ଠିଆ ହୋଇଥିବା ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ସହିତ ସଚେତନତା ସୃଷ୍ଟି କରୁଥିବା ସାମ୍ବାଦିକ ବନ୍ଧୁମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏଥିରେ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସେହିପରି ମହାମାରୀ ସମୟରେ ବାହାରେ ସଫେଇ କାର୍ଯ୍ୟ କରୁଥିବା ବିଏମ୍‌ସି କର୍ମଚାରୀ ମାନଙ୍କୁ ମାସ୍କ ବଣ୍ଟାଯିବା ସହ ଖାଦ୍ୟପଦାର୍ଥ ବଣ୍ଟନ କରାଯାଇଥିଲା ।

ସଂଘର ସଂପାଦକ ବଦ୍ରିନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ପଦ୍ମନାଭ ପ୍ରଧାନ, ଉପସଭାପତି ସରୋଜ କୁମାର ରାଉତ, ବରିଷ୍ଠ ବ୍ୟବସାୟୀ ବନମାଳୀ ସାହୁ, ପ୍ରବୀର କୁମାର ବାରିକ ଓ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ସମ୍ମାନୀତ କରିଥିଲେ । ସଂଘର ସଭ୍ୟମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *