ଶିକ୍ଷକଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର, ୨୯/୯: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦର୍ଶ ଶିକ୍ଷକ, ସାରସ୍ୱତ ସାଧକ ତଥା ବିଶିଷ୍ଟ କବି ପୀତବାସ ଦଳବେହେରାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଡିିଜିଟାଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶିଗନ୍ଧା ପରିବାର ସମସ୍ତ ସଦସ୍ୟ ଉପସ୍ଥତିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଟ୍ରଷ୍ଟର ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟଶାଣୀ, ପୃଷ୍ଠପୋଷକ ପଦ୍ମନାଭ ତ୍ରିପାଠୀ, ସଭାପତି ଚକ୍ରଧର ତ୍ରିପାଠୀ, ପ୍ରତିଷ୍ଠାତା ସଂପାଦକ ବଳରାମ ତରାଇ, ସଂପାଦିକା ସରସ୍ୱତୀ ନାୟକ କହିଥିଲେ, ସ୍ୱର୍ଗତ ଦଳବେହେରାଙ୍କ ଆବର୍ତ୍ତମାନରେ ନିଶିଗନ୍ଧା ପ୍ରତିଷ୍ଠାନର ଏକ ଅପୁରଣୀୟ କ୍ଷତି ଘଟିବା ସହିତ ସାହିତ୍ୟ ପ୍ରେମୀମାନେ ଜଣେ ସୁସାହିତ୍ୟିକଙ୍କୁ ହରାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜମ୍ବେଶ୍ୱର ଦଳାଇ, କରୁଣାକର ମଲ୍ଲିକ, ରୋଜାଲିନ୍ ସେନାପତି, ବୈଜୟନ୍ତୀମାଳା ମହାପାତ୍ର, କରୁଣାକର ମଲ୍ଲିକ, ରୋଜାଲିନି ମଲ୍ଲିକ, ଗୋଦାବରିଶ ଦାସ, ଚିତ୍ତରଞ୍ଜନ ଦାସ, ଗୋଲଖ ବିହାରୀ ପଟ୍ଟନାୟକ ପ୍ରମୁଖ ଭିଡିଓ ଦ୍ୱାରା ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାର କଟ୍ରିଙ୍ଗିଆ ଗ୍ରାମରେ ସ୍ୱର୍ଗତ ପୀତବାସ ଦଳବେହେରା ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେପ୍ଟେମ୍ବର ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ସେ ଏକା ଧାରରେ ଜଣେ ଶାନ୍ତ, ସରଳ, ନିସ୍ୱାର୍ଥପର, ନିଷ୍ଠାଦାନ, ସମାଜସେବୀ, ବିଶିଷ୍ଟ କବି, କଣ୍ଟଶିଳ୍ପୀ, ସାରସ୍ୱତ ସାଧକ, ଆଦର୍ଶ ଶିକ୍ଷକ ଭାବରେ ସାରା ଓଡିଶାରେ ଲୋକପ୍ରିୟତା ଲାଭ କରିଥିଲେ । ସାହିତ୍ୟ ପ୍ରତି ତାଙ୍କର ଅତ୍ୟନ୍ତ ଦୁର୍ବଳତା ରହିଥିଲା । ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ପ୍ରତିଭା ପାଇଁ ତାଙ୍କୁ କ୍ରିୟାଶୀଳ କବି ସମ୍ମାନ (୨୦୧୫), କବି ସମ୍ମାନ (୨୦୧୯), କବି ପଲ୍ଲବ, କବି କୁସୁମପ୍ରଭା, କବି ରତ୍ନମାଳା, ସ୍ୱଚ୍ଛ ଭାରତ ସମ୍ମାନ, ଉତ୍କଳ ଜ୍ୟୋତିଷ୍ଟ ସମ୍ମାନ, ବିବୁଧ କବି, ପଦ୍ମନାଭ ସାରସତ୍ୱ ଓ କୋଣାର୍କ ପୁସ୍ତକ ମେଳା ସମ୍ମାନରେ ବିଭିନ୍ନ ଅନୁଷ୍ଠାନ ସମ୍ମାନିତ କରିଥିଲେ । କରୋନା ମହାମାରୀରେ ତାଙ୍କର ଅକାଳ ବିୟୋଗକୁ ସାହିତ୍ୟ ପ୍ରେମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *