୧୦୨ ନୂଆ ପଜିଟିଭ୍, କଟକରୁ ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି । କେବଳ ସେତିକ ନୁହେଁ, କଟକରେ ଚିକିତ୍ସିତ ହେଉଥିବା ଜଣେ ୭୫ ବର୍ଷ ବୟସ୍କ କରୋନା ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ।

ନୂତନ ଭାବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୨୩ଜଣ, ଭଦ୍ରକରୁ ୨୧ଜଣ, କେନ୍ଦ୍ରାପଡାରୁ ୮ଜଣ, କଟକରୁ ୪ଜଣ, ଖୋର୍ଦ୍ଧାରୁ ୪ଜଣ, ପୁରୀରୁ ୪ଜଣ, ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୨ଜଣ, ସମ୍ବଲପୁରରୁ ଦୁଇଜଣ, ନୟାଗଡ଼ରୁ ଜଣେ ରହିଛନ୍ତି ।

ସେହିପରି ରାଜ୍ୟର ୩୦ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ ୨୦ଜଣ, କେନ୍ଦ୍ରାପଡାରୁ ୫ଜଣ, ବାଲେଶ୍ୱର ଓ ଭଦ୍ରକରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି ଓ ୬୯୬ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *