ଓଡ଼ିଶାବାସୀଙ୍କୁ ନିରଞ୍ଜନଙ୍କ ନୂଆଁଖାଇ ଅଭିନନ୍ଦନ

ଭୁବନେଶ୍ୱର, ୨୨/୮/୨୦: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆସନ୍ତାକାଲି ପାଳନ ହେବାକୁ ଯାଉଥିବା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସମେତ ସମସ୍ତ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି ଯେ,ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାବେଳେ ନୂଆଁଖାଇ ପର୍ବ ସେଥିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।ଏହିଦିନଟି ଚାଷୀଭାଇଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୋଇଥାଏ । ସମଗ୍ର ବିଶ୍ୱରେ ଯେଉଁ କରୋନା ମହାମାରି ଦେଖାଦେଇଛି ଯାହାଦ୍ବାରାକି ଜନସାଧାରଣ ଜୀବନ ଜୀବିକା ହରେଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଚାଷ କାର‌୍ୟ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମହାମାରୀକୁ ମୁକାବିଲା କରିବା ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଧୈର‌୍ୟ୍ୟ ଓ ସାହାସ ପ୍ରଦାନ କରନ୍ତୁ ଏବଂ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ମା’ସମଲେଶ୍ୱରୀ ଆଶୀର୍ବାଦ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି । ଏଥିସହିତ ସେ ସମସ୍ତଙ୍କର ସୁଖ, ସମୃଦ୍ଧି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *