ଡି.ଏ.ଭି କଳିଙ୍ଗନଗରରେ ଶିଶୁ ଦିବସ

ଭୁବନେଶ୍ୱର ତା ୧୪.୧୧.୨୦୧୮ ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗନଗର ପରିସରରେ ଶିଶୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକା ଓ ଛାତ୍ର କ୍ୟାବିନେଟର ଛାତ୍ରଛାତ୍ରୀମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ସ୍କୁଲର ଶିଶୁକଳାକାରମାନଙ୍କ ମଧ୍ୟରେ ଏକ ଫ୍ୟାନ୍ସି ଡ୍ରେସ, କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଆୟୋଜିତ ସଭାରେ ଏକାଗ୍ରତା ଓ ନିରବିଚ୍ଛିନ୍ନ ସାଧନା ଜୀବନରେ ସଫଳତା ଆଣିଦେଇଥାଏ । ଏଥିପାଇଁ ପ୍ରାଥମିକ ସ୍ତରରୁ ଶିଶୁର ବୌଦ୍ଧିକ ବିକାଶର ଆବଶ୍ୟକତା ରହିଛି ବୋଲି ଅଧ୍ୟକ୍ଷ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।

ଶେଷରେ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ୱାରା ନୃତ୍ୟ, ନାଟକ ଆଦି ଚେନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *