କିଟ୍ ବିଶ୍ୱବିଦ୍ୟାଳୟରେ ୫ଦିନିଆ ଏଫ୍‍ଡିପି କର୍ମଶାଳା

ଭୁବନେଶ୍ୱର,୧୬ା୧୦(ସ୍ୱା.ପ୍ର): କିଟ୍‍ ବିଶ୍ୱବିଦ୍ୟାଳୟରେ ଆର୍ଟିଫିସିଆଲ୍‍ ଇନ୍‍ଟେଲିଜେନସ୍‍ ଇନ୍‍ ନେଚୁରାଲ୍‍ ଲାଙ୍ଗୁଏଜ୍‍ ପ୍ରୋସେସିଂ ଉପରେ ଏକ ଅନ୍‍ଲାଇନ୍‍ ଫ୍ୟାକଲ୍‍ଟି ଡେଭେଲପ୍‍ମେଣ୍ଟ ପ୍ରୋଗ୍ରାମ (ଏଫ୍‍ଡିପି) ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ସୁଇଜରଲ୍ୟାଣ୍ଡସ୍ଥିତ ଇଦିଆପ୍‍ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ର ପ୍ରଫେସର ଇସାଉ ଭିଲାତାରୋ ତେଲୋ ଉଦ୍‍ଘାଟନ କରି ନେଚୁରାଲ୍‍ ଲାଙ୍ଗୁଏଜ୍‍ ପ୍ରୋସେସିଂରେ ଆର୍ଟିଫିସିଆଲ୍‍ ଇନ୍‍ଟେଲିଜେନସ୍‍ର ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅଟଳ ଯୋଜନାରେ ଏଆଇସିଟିଇ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ।

କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଯୋଗଦେଇ ଗବେଷକମାନେ ସେମାନଙ୍କର ଗବେଷଣା ମାଧ୍ୟମରେ ପ୍ରକୃତ ବିଶ୍ୱ ସମସ୍ୟା ସମାଧାନ କରିବା ଉଚିତ୍‍ ବୋଲି କହିଥିଲେ ।

ଅନ୍ୟତମ ଅତିଥି କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସମ୍ମିଳିତ ଗବେଷଣା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଲେ ଭାରତ ଏକ ବିବିଧ ଭାଷାଭାଷୀର ଦେଶ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଗବେଷକଙ୍କ ମଧ୍ୟରେ ସମନ୍ୱିତ ଗବେଷଣାର ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *