କ୍ଷୁଦ୍ର ବ୍ୟବସାୟୀଙ୍କୁ ମାଷ୍ଟରକାର୍ଡ ଓ ଧୋନିଙ୍କ କୃତଜ୍ଞତା

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ମାଷ୍ଟରକାର୍ଡ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଭାରତର ଡିଜିଟାଲ ବିପ୍ଳବର ଏକ ଅଂଶ ହେବା ପାଇଁ ପ୍ରୋତ୍ସାହିତ କରିବା ଲାଗି ଆଉ ଏକ ପାଦ ଆଗକୁ ବଢିଛି । ଏହି ପରୀପ୍ରେକ୍ଷୀରେ ମାଷ୍ଟରକାର୍ଡ ପକ୍ଷରୁ ଭାରତର ୭୩ତମ ସ୍ୱାଧୀନତା ଦିବସରେ ଏକ ଭିଡିଓ ଜାରି କରାଯାଇଛି ଯେଉଁଥିରେ ମହେନ୍ଦ୍ର ସିଂହ ଧୋନି ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଭାରତକୁ ଅର୍ଥନୈତିକ ସ୍ତରରେ ମଜଭୁତ, ଆତ୍ମନିର୍ଭର୍ରଶୀଳ କରି ଆଗକୁ ଅଗ୍ରସର କରାଇଥିବା ଆମର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି । ଏହି ବ୍ୟବସାୟୀମାନେ କିଭଳି କେବଳ ଦେଶର ଅର୍ଥନୀତି ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇନାହାନ୍ତି ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ହୋଇପାରିଛନ୍ତି ତାହାର ବିଭିନ୍ନ ଦିଗ ଉପରେ ଏହି କାହାଣୀ ଆଗକୁ ଆଲୋକପାତ କରୁଛି ।

ଧୋନିଙ୍କ ନେତୃତ୍ୱାଧୀନ ଏହି ନୂତନ ଅଭିଯାନ ହେଉଛି ମାଷ୍ଟରକାର୍ଡର ଟିମ୍ କ୍ୟାଶଲେସ୍ ଇଣ୍ଡିଆ ଅଭିଯାନର ଏକ ସମ୍ପ୍ରସାରଣ, ଯାହାକି ଡିଜିଟାଲ ପେମେଂଟ୍ ସହିତ କ୍ଷୁଦ୍ର ବ୍ୟବସାୟୀମାନଙ୍କ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଭିଯାନ ଅଧୀନରେ ମାଷ୍ଟରକାର୍ଡ ପକ୍ଷରୁ ନିଜ ବ୍ୟବସାୟ ପାଇଁ ଡିଜିଟାଲ ପେମେଂଟ୍‌ଗୁଡିକର ଲାଭ ସମ୍ପର୍କରେ ସଚେତନ ନଥିବା ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ଏକ ସର୍ବଭାରତୀୟ ସ୍ତରର ଶିକ୍ଷାଭିତିକ ଯୋଜନାର ଶୁଭାରମ୍ଭ କରାଯାଇଛି । ଏକ ଅନ୍‌-ଗ୍ରାଉଣ୍ଡ ଆଟ୍‌ରିଚ୍ ଏକ୍ସର୍ସାଇଜ୍ ମାଧ୍ୟମରେ ମାଷ୍ଟରକାର୍ଡ ୫ଟି ସହରରେ ପ୍ରାୟ ୩୦,୦୦୦ରୁ ଅଧିକ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଛି । ଏଥିସହିତ ନିଜ ପଡୋଶୀ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଂଟ୍ ସହିତ ସକ୍ଷମ କରିବାକୁ ଚାହୁଁଥିବା ଲୋକମାନଙ୍କଠାରୁ ପ୍ରାୟ ୧୩,୦୦୦ରୁ ଅଧିକ ନୋମିନେସନ୍ ଆସିଛି ।

ଏହି ନୂତନ ଭିଡିଓରେ ଧୋନି ବ୍ୟବସାୟୀମାନଙ୍କୁ ଡିଜିଟାଲ ପେମେଂଟ୍‌କୁ ଗ୍ରହଣ କରି ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ବାସ୍ତବ କରିବାରେ ସହଯୋଗ କରିବା ପାଇଁ ଲାଗି ପୁଣି ଆହ୍ୱାନ କରିଛନ୍ତି । ମାଷ୍ଟରକାର୍ଡ ପକ୍ଷରୁ ଏକ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଉଛି ଯେଉଁଠାରେ ବର୍ତମାନ ଡିଜିଟାଲ ପେମେଂଟ୍‌କୁ ଗ୍ରହଣ କରିଥିବା ବ୍ୟବସାୟୀମାନେ ନିଜର ପ୍ରମାଣ ସେୟାର କରିପାରିବେ ଯେ ଏହା କିଭଳି ସେମାନଙ୍କର ବ୍ୟବସାୟରେ ସାହାଯ୍ୟ କରିଛି । ଜୁରି ଦ୍ୱାରା ଚୟନ ହୋଇଥିବା ଶୀର୍ଷ ୧୦ ଜଣ ବ୍ୟବସାୟୀ ଏକ ମାଷ୍ଟରକାର୍ଡ ପ୍ରାଇସ୍‌ଲେସ୍‌ଟିଏମ୍ ସର୍‌ପ୍ରାଇଜ୍ ପାଇଁ ଯୋଗ୍ୟ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *