ଜ୍ୟୋର୍ତିମୟୀ ଦାଶଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର । ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶଙ୍କୁ “ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’ ମିଳିବ । ଏହି ପୁରସ୍କାର ପାଇବାରେ ଜ୍ୟୋର୍ତିମୟୀ ପ୍ରଥମ ଓଡ଼ିଆ ମହିଳା ବୋଲି ସୂଚନା ମିଳିଛି । ରସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଏହି ପୁରସ୍କାର ମିଳିବ । ପୁରସ୍କାର ପାଇବା ପାଇଁ ୧୨ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜ୍ୟୋର୍ତିମୟୀ ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ କାଉନସିଲ୍ ଫର୍‌ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଅ।ଲ୍ ରିସର୍ଚ୍ଚ-ଉଝଓଜର ପ୍ରତିଷ୍ଠା ଦିବସ ଅବସରରେ ଘୋଷଣା କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଜ୍ୟୋର୍ତିମୟୀ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ବେଳେ ଆଇଆଇଟି କାନପୁରରୁ ସେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *