ବେଦପ୍ରକାଶ ଅଗ୍ରୱାଲଙ୍କୁ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,ଅପେଲ ୨୦: ବିଜୁ ଜନତା ଦଳର ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ପରଲୋକରେ ବିଜୁ ଜନତା ଦଳର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା, କର୍ମୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ଅଗ୍ରୱାଲଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ନିମନ୍ତେ ଅପରାହ୍ଣ ୩.୪୫ ମିନିଟ୍‍ରେ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ବିଜୁ ପରିବାର ସଦସ୍ୟ ସ୍ୱର୍ଗତ ଅଗ୍ରୱାଲଙ୍କ ପାର୍ଥୀବ ଶରୀର ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ‘ବେଦପ୍ରକାଶ ଅଗ୍ରୱାଲ ଅମର ରହେ’ ଧ୍ୱନୀରେ ସମଗ୍ର କାର୍ଯ୍ୟାଳୟ ପ୍ରକମ୍ପିତ ହୋଇ ଉଠିଥିଲା ।

ସଭାପତି ନବୀନ ପଟ୍ଟନାୟକ ଦଳର ପୂର୍ବତନ ଉପସଭାପତି ସ୍ୱର୍ଗତ ଅଗ୍ରୱାଲଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶ୍ରୀ ପଟ୍ଟନାୟକ ଉପସ୍ଥିତ ସ୍ୱର୍ଗତ ଅଗ୍ରୱାଲଙ୍କ ପତ୍ନୀ, ପୁତ୍ର ସଂଜୟ ଅଗ୍ରୱାଲ, ଝିଅ ମଧୁମତି ଅଗ୍ରୱାଲ, ବୁଲ୍‍ବୁଲ୍‍ ମୋଦି ଏବଂ ନାତିନାତୁଣିଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ । ସେ କହିଥିଲେ ଯେ ସ୍ୱର୍ଗତ ଅଗ୍ରୱାଲ ବିଜୁବାବୁଙ୍କ ସହିତ ଅନେକ ଦିନ କାର୍ଯ୍ୟ କରିଛନ୍ତି । ତାଙ୍କର ତ୍ୟାଗ, ନିଷ୍ଠା ଓ ଦଳ ପାଇଁ ପ୍ରତିବଦ୍ଧତା ସ୍ମରଣୀୟ ହୋଇ ରହିବ ଓ ଏହା କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଯୋଗାଇବ । ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏକ ଶୋକବାର୍ତ୍ତାରେ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ଅଗ୍ରୱାଲ ଜଣେ ଦକ୍ଷ ବିଧାୟକ ଏବଂ ଦକ୍ଷ ପ୍ରଶାସକ ଭାବରେ ସୁନାମ ଅର୍ଜନ କରିଥିଲେ । ସେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଦଳର ଜଣେ ବରିଷ୍ଠ ନେତା ଭାବରେ ଦଳର କାର୍ଯ୍ୟକ୍ରମରେ ମାର୍ଗଦର୍ଶନ କରିଆସୁଥିଲେ । ତାଙ୍କର ବିୟୋଗ ଦଳ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବ୍ୟକ୍ତିଗତ କ୍ଷତି । ତାଙ୍କର ଅମାୟିକ ବ୍ୟବହାର ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ନିଷ୍ଠା ତାଙ୍କୁ ସବୁଦିନ ଅମର ରଖିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସାନ୍ତ୍ୱନା ଜଣାଇବା ସହିତ ପରଲୋକଗତ ଆତ୍ମାର ସଦ୍‍ଗତି କାମନା କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦଳର ସାଧାରଣ ସଂପାଦକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି କିଶୋର କୁମାର ତରାଇ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା, ଦଳର ସାଧାରଣ ସଂପାଦକ ରବି ସାମଲ, ବିଜୟ ନାୟକ, ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ମିଶ୍ର, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ମହିଳା ବିଜେଡି ସଂପାଦିକା ଏଲିନା ଦାସ, ଯୁବ ବିଜେଡି ସାଧାରଣ ସଂପାଦକ ରାଜେଶ ଦାସ, ଜ୍ୟୋତି ରଞ୍ଜନ ଜେନା, ସୁନୀଲ ଚନ୍ଦ୍ର ପଣ୍ଡା, ଧୃତୀ ରଞ୍ଜନ ମାର୍ଥା, ମଳୟ ରଞ୍ଜନ ପତି, କିଶୋର ନାୟକ, ତାରିଣୀ ପ୍ରସାଦ ନାୟକ, ରଶ୍ମୀ ରଞ୍ଜନ ଦାସ, ସଂପାଦକ ରଞ୍ଜିତ ରାୟ, ଯୁବ ଆଇଟି ସଂଯୋଜକ ସଂକେତ ରାୟ, ଦୁଷ୍ମନ୍ତ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ ସେନାପତି, ଛାତ୍ର ବିଜେଡି ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ମନୋଜ ସେନାପତି, ସଂପାଦକ ପ୍ରମୋଦ ପାତ୍ର, ଆଇଟି ସେଲ୍‍ ସଂଯୋଜକ ସଂଜୟ ବିଶୋୟୀ, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଡେରାବିଶ ବ୍ଲକ ବିଜେଡି ସଭାପତି ଦେବଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ସ୍ୱର୍ଗତ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *