ପୁଣି ୧୦ ଆକ୍ରାନ୍ତ, ଭଦ୍ରକରୁ ୬ ଓ ଯାଜପୁରରୁ ୪

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୧୦ କରୋନା ରୋଗୀ । ଚିହ୍ନଟ ହୋଇଥିବା ନୂତନ କରୋନା ରୋଗୀଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୬ଜଣ ରହିଥିବା ବେଳେ ଯାଜପୁର ଜିଲ୍ଲାରୁ ରହିଛନ୍ତି ୪ଜଣ । ଫଳରେ ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି ।

ସେହିଭଳି ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଥିବା ବେଳେ ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ଯାଜପୁରରେ ମୋଟ ୫୭ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକରେ ଏବେ ୧୯ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଆଜି ଗୋଟିଏ ଦିନରେ ରାଜ୍ୟରେ ୬୮ଟି ନୂଆ ମାମଲା ଚିହ୍ନଟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *