ନୟାଗଡ଼ରେ କରୋନା, ଜଣେ ସୁରତ ଫେରନ୍ତା ଚିହ୍ନଟ

ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ କରୋନା ତାର କରାଳ କାୟା ମେଲାଇ ଚାଲିଛି । ଆଜି ପୁଣି ଗୋଟିଏ ଜିଲ୍ଲାକୁ ଡେଇଁଛି କରୋନା । ପ୍ରଥମଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତି ଜଣକ ନିକଟରେ ସୁରତରୁ ଫେରିଥିବା ବେଳେ ତାଙ୍କ ବୟସ ୪୦ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚିହ୍ନଟଙ୍କ ଫଳରେ ରାଜ୍ୟରେ ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଳାରେ କରୋନା ତାର କାୟା ବିସ୍ତାର କରିସାରିଛି । ସୁରତରୁ ପ୍ରବାସୀ ଓଡ଼ିଆ ମାନେ ଫେରିବା ପରେ ବିଶେଷ କରି ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ ପରି ଜିଲ୍ଳାରେ ବ୍ୟାପକ ପରିମାଣର କରେନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ନୟାଗଡ଼ରେ ସୁରତ ଫେରନ୍ତା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି । ସେହିପରି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୨୧୯ଜଣ ଚିକିତ୍ସିତ ହେଉଥିବା ବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *