କଣ୍ଠ ସଙ୍ଗୀତ ଗୀତଗୋବିନ୍ଦ ସହିତ କୁଚିପୁଡ଼ି ନୃତ୍ୟରେ ବାତ୍ସଲ୍ୟ ରସ

ଭୁବନେଶ୍ୱର (ତା ୬.୯.୨୦୧୮) : ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀଙ୍କ ଦ୍ୱାରା ଗୀତଗୋବିନ୍ଦ ଏବଂ ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ପରିବେଷଣ ।
ସଂଧ୍ୟର ପ୍ରଥମ ପ୍ରସ୍ତୁତି ଥିଲା ଗୀତଗୋବିନ୍ଦ ଉପରେ ଆଧାରିତ କଣ୍ଠ ସଙ୍ଗୀତ କାର୍ଯ୍ୟକ୍ରମ ।ଯାହାକୁ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ ବିଶାରଦା ସଂଯୁକ୍ତା ପାଣିଗ୍ରାହୀ ଓ ସୁରମଣୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ସୁମଧୁର କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ । ତାଙ୍କର ପ୍ରଥମ ସଙ୍ଗୀତ ପରିବେଷଣ ଥିଲା ଜୟ ଜୟଦେବ ହରେ ପରେ ପରେ ଶ୍ରୀତ କୋମଳ, ମମିୟମ ଚଲିତ ବିଲୋକ୍ୟ, ଧୀର ସମିରେ ଇତ୍ୟାଦି ଯାହା ଅତ୍ୟନ୍ତ ଚିତାକର୍ଷକ ଓ ହୃଦୟସ୍ପର୍ଶି ଥିଲା ।
ସଂଧ୍ୟର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ଦ୍ୱାରା କୁଚିପୁଡ଼ି ଯୁଗ୍ମ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଦେଖିବାକୁ ମିଳିଥିଲା ନୃସିଂହ ଓ ପ୍ରହଲ୍ଲାଦଙ୍କ ଉପରେ ଆଧାରିତ ଭକ୍ତ ଓ ଭଗବାନଙ୍କର ବାତ୍ସଲ୍ୟ ରସ ପରେ ପରେ ଶ୍ରୀକୃଷ୍ଣ ଓ ଯୋଶଦା, ମା ଓ ପୁତ୍ରର ବାତ୍ସଲ୍ୟ ରସ ଏବଂ ଶେଷରେ ଭୁମି ସୀତା, ମା ଓ ଝିଅର ବାତ୍ସଲ୍ୟ ରସକୁ କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ମା ଓ ପୁତ୍ରୀ ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ପରିବେଷଣ ଅତ୍ୟନ୍ତ ଭାବୋବିହ୍ୱଳ ଥିଲା ।
ଉତ୍ସବର ଅତିଥିମାନେ ଥିଲେ ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଡ଼. ଏସ.କେ. ତାମୋଟିଆ; କ୍ରାଉନ ହୋଟେଲର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଏ. କେ. ତାଲୁକଦାର; ପ୍ରୀୟଦର୍ଶିନୀ ହସ୍ତତନ୍ତର ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ।

Spread the love

Leave a Reply

Your email address will not be published. Required fields are marked *