ନରେନ୍ଦ୍ରଙ୍କ ରାସ୍ତାରେ ନବୀନ

ମେ’ ୩୦ ସଂଧ୍ୟାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ନବୀନଙ୍କ ଅନୁରୋଧ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ରାସ୍ତାରେ ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନିମନ୍ତେ ଘଣ୍ଟ, ଘଣ୍ଟା, ଥାଳି ସହ ଘରେ ପ୍ରଦୀପ ପ୍ରଜ୍ୱଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ଅନୁରୋଧ କରିଥିଲେ । ଠିକ୍ ନରେନ୍ଦ୍ରଙ୍କ ରାସ୍ତା ଧରିଛନ୍ତି ନବୀନ୍ । କରୋନା ଯୋଦ୍ଧାଙ୍କ ପାଇଁ ମେ’ ୩୦ ତାରିଖ ସଂଧ୍ୟା ସାଢ଼େ ୫ଟା ସମୟରେ ଘରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାବାସୀଙ୍କୁ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ସେ ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଜୀବନ ବଞ୍ଚାଇବାରେ ଆମ ଓଡ଼ିଶା ସାରା ବିଶ୍ୱରେ ଉଦାହରଣ ସାଜିଛି । ସମଗ୍ର ବିଶ୍ୱ ଏବେ ଆମ ଓଡ଼ିଶାକୁ ଅନୁସରଣ କରୁଛନ୍ତି । ଗଦ ଦୁଇ ମାସ ଧରି ଆମର କରୋନା ଯୋଦ୍ଧାଙ୍କ ନିଷ୍ଠାପରତା, ପ୍ରତିବଦ୍ଧତା ଯୋଗୁ ଏହା ସମ୍ଭବପର ହୋଇପାରିଛି । ଏଣୁ ତାଙ୍କୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

କେବଳ ଏତିକି ନୁହେଁ, କୋଭିଡ୍ ବିରୋଧରେ ଜାରି ରହିଥିବା ସଂଗ୍ରାମରେ କୋଭିଡ଼୍ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା ପାଇଁ ଆମେ ଭଲ ସ୍ଥିତିରେ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦୁଇମାସ ହେବ ରାଜ୍ୟରେ କରୋନା ମହାମାରୀ ପ୍ରବେଶ କରିଥିବା ବେଳେ ଏବେ ବି ଏହାର ପ୍ରଭାବ ରହିଛି। ତେଣୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ । ଆମ ପାଇଁ ଆଗକୁ ଆହୁରି କଠିନ ପରିସ୍ଥିତି ଆସିପାରେ । ପ୍ରତିଟି ଜୀବନକୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ । କରୋନା ପୀଡିତାଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଆମ ପାଇଁ ଏକ ଖୁସି ଖବର । ଏହି କ୍ରମରେ ଦେଖିବାକୁ ଗଲେ ଅନେକ ଧନୀ ରାଷ୍ଟ୍ର ମଧ୍ୟ କରୋନା ଯୁଦ୍ଧରେ ସଫଳ ହୋଇ ନ ଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶା ଯେଭଳି ଭାବେ ପଦକ୍ଷେପ ନେଇଛି ତାହା ସର୍ବତ୍ର ପ୍ରଶଂସନୀୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *