ସୁସ୍ଥ ହେଲେ ୧୧୪, ସୁନ୍ଦରଗଡ଼ରୁ ୩୦

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳରେ ୧୮୬ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅପରାହ୍ନରେ ୧୧୪ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ସୁ୍ସ୍ଥଙ୍କ ସଂଖ୍ୟା ୨୭୦୮ ହୋଇଛି ।

ମୋଟ ୩୯୦୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୭ଜଣ ଏବେ ବି ଚିକିତ୍ସିତ ହେଉଥିବା କୁହାଯାଇଛି । ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ରୁ ୩୦ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୨୩ଜଣ, ଗଞ୍ଜାମରୁ ୧୭ଜଣ, କଟକରୁ ୧୧ଜଣ, ମୟୁରଭଞ୍ଜରୁ ୧୦, ଗଜପତିରୁ ୮, ବରଗଡ଼ରୁ ୫, ନୟାଗଡ଼ରୁ ୪, ବଲାଙ୍ଗିରରୁ ୩, ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମରୁ ସର୍ବାଧିକ ୫୯୫ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୨୯୦ଜଣ, ଖୋର୍ଦ୍ଧାରୁ ୨୩୬ଜଣ, ବାଲେଶ୍ୱରରୁ ୧୯୦ ଜଣ, କେନ୍ଦ୍ରାପଡ଼ାରୁ ୧୬୩ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *