ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଶ୍ରୀ ପାଣ୍ଡେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଶ୍ରୀ ପାଣ୍ଡେ ଅସୁସ୍ଥତା ଅନୁଭବ କରିବା ସହ ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା । ପରେ ସେ ତାଙ୍କର ସ୍ୱାବ ପରୀକ୍ଷା କରିବା ପରେ ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା ।

ଶ୍ରୀ ପାଣ୍ଡେ ବର୍ତ୍ତମାନ କେନ୍ଦ୍ରସରକାରଙ୍କର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ସେହି ବିଭାଗର ଦୁଇଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *