ମନ୍ଦାକିନୀ ଓ ଜ୍ୟୋତିଙ୍କୁ ମିଳିଲା ନୂଆ ଦାୟିତ୍ଵ

ଭୁବନେଶ୍ୱର,ଅପ୍ରେଲ ୨୫: ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ମୁର୍ତୁଜା, କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଅଫତାବ ଆଲମ୍‍, ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଗଣେଶ ମିଶ୍ର, ଜଗତସିଂହପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ବିଜୁ ଯୁବ ଜନତା ଦଳ ମହାସଚିବ ଶ୍ରୀ ଶିଶିର ପରିଜାଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ମନ୍ଦାକିନୀ କର ଓ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଜ୍ୟୋତିର୍ମୟୀ ପରିଡ଼ାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *