କରୋନା କବଳରୁ ମୁକ୍ତ ହେଲେ ଆଉ ୯୦

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୂର୍ବାହ୍ନରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦ଜଣ ସୁସ୍ଥ ହୋଇଥିବା ସୂଚନା ମିଳଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ଏହି ସୂଚନା ରାଜ୍ୟ ପାଇଁ ଶୂଭପ୍ରଦ ସାବ୍ୟସ୍ତ ହୋଇଛି ।

କିଲର କରୋନା କବଳରୁ ଏହି ୯୦ ଜଣଙ୍କ ମୁକ୍ତି ପରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯୭୭ରେ ପହଞ୍ଚିଛି । ମୋଟ ୧୭୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ଜଣ ସୁସ୍ଥ ହୋଇଥିବା ବେଳେ ୭୩୭ଜଣ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଜଗତସିଂହପୁରରୁ ୨୩ଜଣ ରହିଥିବା ବେଳେ ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ବିଗତ ୪ ଦିନକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ, ରାଜ୍ୟରେ ସୁସ୍ଥହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୬ ତାରିଖ ଦିନ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୪ଜଣ ସୁସ୍ଥ ହୋଇଥିଲେ, ସେହିପରି ୨୭ ତାରିଖ ଦିନ ୭୬ଜଣ ଚିହ୍ନଟ ହୋଇଥିବା ବେଳେ ୭୯ଜଣ, ୨୮ ତାରିଖ ଦିନ ୬୭ ଚିହ୍ନଟ ବେଳେ ୭୫ ଓ ଆଜି ୬୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୦ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ଧିରେ ଧିରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କଠାରୁ ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *