ଆଉ ୨୦ ଆକ୍ରାନ୍ତ: ଗଞ୍ଜାମରୁ ୧୭, ମୟୁରଭଞ୍ଜରୁ ୩

ମୟୁରଭଞ୍ଜକୁ ପଶିଲା କରୋନା
ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇଶହ ଟପିଛି । ସକାଳୁ ସକାଳୁ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି ।

ଏହି ନୂତନ ୧୭ ଆକ୍ରାନ୍ତଙ୍କ ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ସୁରତରୁ ପ୍ରବାସୀ ଓଡ଼ିଆ ଫେରିବା ପରେ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ପୂର୍ବରୁ ଏହିଜିଲ୍ଲା ଗ୍ରୀନ୍ ଜୋନ୍ ମଧ୍ୟରେ ରହିଥିଲା । ତେବେ ଆହୁରି ଅଧିକ ପ୍ରବାସୀ ଘରକୁ ଫେରୁଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବା ଅନୁମାନ କରାଯାଉଛି ।

ସେହିପରି ମୟୁରଭଞ୍ଜରେ ପ୍ରଥମଥର ପାଇଁ କରୋନା ଚିହ୍ନଟ ହୋଇଛି । ପୂର୍ବରୁ ମୟୁରଭଞ୍ଜ ମଧ୍ୟ ଗ୍ରୀନ୍ ଜୋନ୍ ମଧ୍ୟରେ ରହିଥିଲା । ଏହି ନୂତନ ଆକ୍ରାନ୍ତଙ୍କ ପଳରେ ରାଜ୍ୟର ୧୮ଟି ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିବାରେ ସଫଳ ହୋଇଛି ।

ରାଜ୍ୟରେ ମୋଟ ୨୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୧୪୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *