ଭାରତୀୟମାନେ ମାନସିକ ଭାବେ ଶକ୍ତିଶାଳୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଅନୁସାରେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ମାତ୍ର ଭାରତୀୟମାନେ ମାନସିକ ଭାବେ ଶକ୍ତିଶାଳୀ ରହିଥିବାରୁ ଏହାର ସଠିକ୍ ଭାବେ ମୁକାବିଲା କରିପାରୁଛନ୍ତି । ସେମାନଙ୍କର କରୋନା ମୁକାବିଲା ପାଇଁ ରୋଗପ୍ରତିରୋଧକ ଶକ୍ତି ଯଥେଷ୍ଟ ନଥିଲେ ମଧ୍ୟ ମାନସିକ ଭାବେ ଶକ୍ତିଶାଳୀ ବୋଲି ଚୀନର ସଂକ୍ରାମକ ରୋଗ ବିଶେଷଜ୍ଞ ଝାଙ୍ଗ ୱେନ ହଙ୍ଗ ପ୍ରକାଶ କରିଛନ୍ତି ।
ଭାରତୀୟ ମାନଙ୍କର ଦୃଢ଼ ମାନସିକତା ଯୋଗୁ ସେମାନଙ୍କ ଠାରେ ୧୦ ପ୍ରତିଶତରୁ ଅଧିକ କରୋନା ବ୍ୟାପି ପାରିବ ନାହିଁ । ଏବେ ବି ସେଠାକାର ଧର୍ମାନୁଷ୍ଠାନକୁ ବ୍ୟକ୍ତିମାନେ ବିନା ମାସ୍କରେ ଯାଉଥିବା ବେଳେ ବହୁ ବ୍ୟକ୍ତି ରାସ୍ତା ଉପରେ ମଧ୍ୟ ବିନା ମାସ୍କରେ ବୁଲୁଥିବାର ଲକ୍ଷ୍ୟ କରାଯାଉଛି । କେବଳ ଦୃଢ଼ ମାନସିକତା ଯୋଗୁ ଭାରତୀୟ କମ୍ ମାତ୍ରାରେ ଆକ୍ରାନ୍ତ ହେବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *