ଅଣାୟତ ହେଉଛି ଗଞ୍ଜାମ, ଦିନ ୧୨ରୁ ସକାଳ ୭ ବନ୍ଦ

ଭୁବନେଶ୍ୱର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାର ପରିସ୍ଥିତି ଅଣାୟତ ହେବାରେ ଲାଗିଛି । ରାଜ୍ୟରେ ସର୍ବାଧିକ କରୋନା ରୋଗୀ ଏଠାରୁ ଚିହ୍ନଟ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା କରୋନା ଯୋଦ୍ଧାମାନେ ମଧ୍ୟ ଧିରେ ଧିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଫଳରେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଭାବେ କରୋନା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

ଫଳରେ ଦିନ ୧୨ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏପରିକି ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି ।

ରାଜ୍ୟରେ ମୋଟ ୩୯୦୯ଜଣ କରୋନା ଆକ୍ରାନ୍ତ୍ ଚିହ୍ନଟ ହୋଇଥିବା ବେଳେ କେବଳ ଗଞ୍ଜାମରେ ୬୮୨ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ମୋଟ ୧୧ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ କେବଳ ଗଞ୍ଜାମରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏପରିକି ଏଠାରେ କରୋନା ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା ଡାକ୍ତର, ପୋଲିସ ଓ ଜନପ୍ରତିନିଧି ମାନେ ମଧ୍ୟ ଧିରେ ଧିରେ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ କରୋନା କଟକଣାକୁ କଡାକଡି କରାଯାଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।

Spread the love

Leave a Reply

Your email address will not be published. Required fields are marked *