ସୋଆରେ ନିଯୁକ୍ତ ହେଲେ ଦୁଇ ନୂଆ ପ୍ରୋ-ଭାଇସ୍ ଚାନ୍ସେଲର୍

ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁ ସୋଆର ପ୍ରୋ-ଭାଇସ୍ ଚାନ୍ସେଲର୍ ନିଯୁକ୍ତ

ଭୁବନେଶ୍ୱର, ଜାନୁଆରୀ ୧: ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ପ୍ରଫେସର ଗଙ୍ଗାଧର ସାହୁଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର ଭାବେ ନିଯୁକ୍ତ କରାଯାଇଛି ।

ପ୍ରଫେସର ପ୍ରଧାନ ବର୍ତମାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ସାହୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ଭାବେ ଅବସ୍ଥାପିତ ଅଟନ୍ତି । ଉଭୟ ପ୍ରଫେସର ପ୍ରଧାନ ଓ ପ୍ରଫେସର ସାହୁ ପ୍ରୋ-ଭାଇସ୍ ଚାନ୍ସେଲର ଭାବେ କାର୍ଯ୍ୟ ସମ୍ପାଦନ କରିବା ସହିତ ନିଜର ଅନ୍ୟ ଦାୟିତ୍ୱ ମଧ୍ୟ ତୁଲାଇବେ ।

ପୂର୍ବରୁ ପ୍ରଫେସର ପ୍ରଧାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ର ଅଧ୍ୟକ୍ଷ ତଥା ମଣିପୁର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି ।

ପ୍ରଫେସର ସାହୁ ପୂର୍ବରୁ ବୁର୍ଲାସ୍ଥିତ ଭି.ଏସ୍‌.ଏସ୍ ମେଡିକାଲ୍ କଲେଜର ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଭାବେ ୭ ବର୍ଷ କାର୍ଯ୍ୟ କରିଥିଲେ । ସେ ରାଜ୍ୟର ଜଣେ ପ୍ରମୁଖ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି ।

ପ୍ରବୀଣ ସ୍ନାୟୁ ଶଲ୍ୟ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ହୋଇଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରୋ-ଭାଇସ୍ ଚାନ୍ସେଲର ଭାବେ ବର୍ତମାନ କାର୍ଯ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *