ରୁଷ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଶୁଭେଚ୍ଛା

ଭୁବନେଶ୍ୱର, ଅକ୍ଟୋବର ୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ତାଙ୍କ ଜନ୍ମଦିନ ଅବସରରେ ରୁଷ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମହାମହିମ ପୁଟିନଙ୍କ ସହ ତାଙ୍କ ଦୀର୍ଘ ଦିନର ସମ୍ପର୍କ ଏବଂ ବନ୍ଧୁତାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୈତିକ ଭାଗିଦାରୀ ପ୍ରତିପୋଷଣ କରିବାରେ ବ୍ୟକ୍ତିଗତ ଭୂମିକାକୁ ପ୍ରଶଂସା କରିଥିଲେ ।

କୋଭିଡ-19 ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଆହ୍ଵାନ ସମ୍ପର୍କରେ ଉଭୟ ନେତା ଆଗାମୀ ଦିନରେ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ । ଜନସ୍ୱାସ୍ଥ୍ୟ ସ୍ୱାଭାବିକ ହେବା ପରେ ଯଥାଶୀଘ୍ର ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *