ଆଜିଠୁ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର: ଗତ ମାର୍ଚ୍ଚ ମାସରୁ ବନ୍ଦ ଥିବା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରବିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ରବିବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି ।

ଏହା ସହ ରାଜ୍ୟ ବଟାନିକାଲ ଗାର୍ଡେନ୍ ମଧ୍ୟ ଖୋଲିଛି । ପର୍ଯ୍ୟଟକ ମାନେ ଅନଲାଇନ୍ ରେ ଟିକେଟ୍ ବୁକିଂ କରି ପ୍ରାଣୀ ଉଦ୍ୟାନ ବୁଲିଥିଲେ । ତେବେ ସଫାରୀ, ବୋଟିଂ ଓ ପିକନିକ୍ ପାଇଁ ବୁକିଂ ବନ୍ଦ ରହିଛି । ନନ୍ଦନକାନନରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ । ପର୍ଯ୍ୟଟକଙ୍କ ପାଇଁ ମାସ୍କ ପିନ୍ଧବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *