ନବୀନଙ୍କୁ କୃତଜ୍ଞତା ଜଣାଇଲା କଳିଙ୍ଗ ସାମ୍ବାଦିକ ସଂଘ

ଭୁବନେଶ୍ୱର, ୩/୫: କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିବା ସହିତ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇ ଧନଜୀବନ ବଞ୍ଚାଇବାରେ ସହାୟକ ହେଉଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧା ସମ୍ମାନ ଦେବା ସହ ମୃତକାଳୀନ ଆର୍ଥିକ ରାଶି (୧୫ ଲକ୍ଷ) ଘୋଷଣା କରିଥିବାରୁ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆଜି ସଂଘ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ । ସର୍ବପ୍ରଥମେ କରୋନା ଯୁଦ୍ଧରେ ସହୀଦ ହୋଇଥିବା ବୀର ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ଆବାହକ ସୁକାନ୍ତ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କରୋନା ଦ୍ୱିତୀୟ ଷ୍ଟେନ୍‌ରେ ବହୁ କ୍ଷୀପ୍ରଗତିରେ ବ୍ୟାପୁଥିବାରୁ ସମସ୍ତେ ଡବଲ ମାସ୍କ ପିନ୍ଧିବା ସହିତ ସଚେତନ ରହିବାକୁ ଆବଶ୍ୟକ ବୋଲି ଶ୍ରୀ ରାଉତ ପରାମର୍ଶ ଦେଇଥିଲେ ।

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିବା, ମୃତ ସାମ୍ବାଦିକ ମାନଙ୍କ ପରିବାରକୁ ଯଥାଶୀଘ୍ର ଆର୍ଥିକ ରାଶି ପ୍ରଦାନ କରିବା, ବାକି ରହିଯାଇଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ତୁରନ୍ତ ସାମିଲ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ଏଥିରେ ଗୈାରପ୍ରସାଦ ମହାନ୍ତି, ସ୍ମରଜିତ ଆର୍ଯ୍ୟ, ବିଦ୍ୟାଧର ବାରିକ, ସଂଗ୍ରାମ କିଶୋର ଦାସ, ଭୁବନେଶ୍ୱର ସମ୍ପାଦକ ସୈାଭାଗ୍ୟ ରଂଜନ ମହାନ୍ତି ଓ ଓଡିଶାର ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *