ଭୁବନେଶ୍ୱରରୁ ୮୩ ପଜିଟିଭ୍ , ୨୦୧ ସୁସ୍ଥ

ଭୁବନେଶ୍ୱର, ନଭେମ୍ବର ୧: ରାଜଧାନୀ ଭୁବନେଶ୍ୱରରୁ ରବିବାର ମୋଟ୍‌ ୮୩ ଜଣ କରୋନା ପଜିଟିଭ୍ ଚିହ୍ନଟ୍ ହୋଇଛନ୍ତି । ଏଥିରେ ୨୦ ଜଣ ସଂଗରୋଧ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଅନ୍ୟପକ୍ଷରେ ୨୪ ଘଂଟାରେ ଆଉ ୨୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୨୩୬କୁ ବୃଦ୍ଧି ପାଇଛି । ଏଥିରୁ ୨୭,୭୪୪ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତମାନ ୧,୩୦୪ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି ।

ସଂଗରୋଧରୁ ଚିହ୍ନଟ୍ କରୋନା ପଜିଟିଭଙ୍କ ମଧ୍ୟରେ ପଟିଆରୁ ୩ ଜଣ, ପୁରୁଣା ଭୁବନେଶ୍ୱର, ଆଇଆରସି ଭିଲେଜ, ବଡ଼ଗଡ଼ରୁ ୨ ଜଣ ଲେଖାଏଁ ଏବଂ ଆଚାର୍ଯ୍ୟ ବିହାର, ବିଜେବି ନଗର, ପାତ୍ରପଡା, ପୋଖରୀପୁଟ, ବମିଖାଲ, ସହିଦନଗର, ଚକେଇସିଆଣି, ସାମନ୍ତରାପୁର, ଡୁମଡୁମା,ୟୁନିଟ୍ ୬, ରସୁଲଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଲକ୍ଷ୍ମୀସାଗରରୁ ୫ ଜଣ, ଆଇଆରସି ଭିଲେଜ, ପୁରୁଣା ଭୁବନେଶ୍ୱର, ବିଜେବି ନଗର, ଜାଗମରାରୁ ୪ ଜଣ ଲେଖାଏଁ, ନୟାପଲ୍ଲୀରୁ ୩ ଜଣ, ମଂଚେଶ୍ୱର, ଶୈଳଶ୍ରୀ ବିହାର, ବରମୁଣ୍ଡା, ଜୟଦେବ ବିହାର, ନିଳାଦ୍ରୀ ବିହାରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *