ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ କର୍ମଶାଳା

ଭୁବନେଶ୍ୱର, ୧୩/୦୫: ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ “ଆର୍ଟ ଅଫ୍ ଲିଭିଙ୍ଗ” ମିଳିତ ସହଯୋଗରେ କରୋନା ମହାମାରୀ ସମୟରେ କଳାକାରମାନଙ୍କ ପାଇଁ ଏକ ତିନି ଦିନିଆ ଯୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାପାଇଁ ବିଭିନ୍ନ ପ୍ରକାର ବ୍ରିଦିଂ ଏକ୍‌ସର୍‌ସାଇଜ୍‌ର କର୍ମଶାଳା ଆୟୋଜନ କରିଥିଲେ ।

୧୩, ୧୪, ୧୫ ଏହି ତିନି ଦିନ ଧରି ସକାଳ ୭ ଟାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ଗୁଗୁଲ୍ ମିଟ୍ ଜରିଆରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ଆଜି ପ୍ରାୟ ୩୦ ରୁ ଊର୍ଦ୍ଧ୍ୱ କଳାକାର ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।

‘ଆର୍ଟ ଅଫ୍ ଲିଭିଙ୍ଗ’ର ପ୍ରାଣ ପ୍ରତିଷ୍ଠାତା ପଣ୍ଡିତ ଗୁରୁଦେବ ରବିଶଙ୍କରଙ୍କର ଆଜି ଜନ୍ମଦିନ । ଏହି ଅନୁଷ୍ଠାନରେ ଯୋଗ ଶିକ୍ଷାଦାନ କରୁଥିବା ସନ୍ତୋଷ ଜି ଏବଂ ରଶ୍ମି ଜିଙ୍କୁ ମୁଖ୍ୟନିର୍ବାହୀ ଡଃ ସଂଗୀତା ଗୋସାଇଁ ଧନ୍ୟବାଦ ଜଣାଇବା ସହିତ ନିଜେ ଏବଂ ଅନ୍ୟମାନେ ଯେଉଁ ଶିକ୍ଷାଲାଭ କଲେ ତାକୁ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷାଦାନ ଦେଇ ସାହାଯ୍ୟ କରିବାକୁ ଅନୁରୋଧ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *