ସୁନ୍ଦରଗଡ଼ରୁ ପୁଣି ଜଣେ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ଼ ନାଲାରୋଡ୍ କଣ୍ଟେନମେଣ୍ଟ ଜୋନର ୨୯ ବର୍ଷୀୟ ଯୁବତୀ । ନାଲାରୋଡର ଜଣେ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ଏହି ଯୁବତୀ ।

ଏହି ନୂତନ ପଜିଟିଭ୍ ଚିହ୍ନଟ ପରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୬ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ସମଗ୍ର ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୦୨ଜଣ ଚିକିତ୍ସିତ ହେଉଛନ୍ତି । ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *