ହଟ୍ ସ୍ପଟ ତାଲିକାରେ ଖୋର୍ଦ୍ଧା ଓ ଭଦ୍ରକ

ଭୁବନେଶ୍ୱର: କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡ ଲାଇନ । ସମଗ୍ର ଦେଶର ବିଭିନ୍ନ ଅଂଚଳକୁ ଶ୍ରେଣୀରେ ବିଭକ୍ତ କରାଯାଇଛି । ଏଥିରେ ଆମ ରାଜ୍ୟର ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାକୁ ହଟ୍ ସ୍ପଟରେ ସାମିଲ କରାଯାଇଛି ।
ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଳାରୁ ୪୬ଜଣ ରହିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୪ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବାରୁ ଏହାକୁ ହଟ୍ ସ୍ପଟ୍ ତାଲିକାରେ ରଖାଯାଇଛି । ରାଜ୍ୟର ମୋଟ ୯ଟି ଜିଲ୍ଲାରେ କରୋନା ଚିହ୍ନଟ ହୋଇସାରିଛି । ବିଶେଷ କରି କଟକ, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଜିଲ୍ଲାକୁ ହଟ୍ ସ୍ପଟ୍ ତାଲିକାରୁ ବାଦ ଦିଆଯାଇଛି ।
କଳାହାଣ୍ଡି, ସୁନ୍ଦରଗଡ, କେନ୍ଦ୍ରାପଡା ଓ ଯାଜପୁରରେ ଦୁଇଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ, ପୁରୀ ଓ ଢ଼େଙ୍କାନାଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯଦି ରେଡ୍ ଜୋନ ଅନ୍ତର୍ଭୁକ୍ତ ଜିଲ୍ଳାରେ ଲଗାତାର ୨୮ ଦିନ ପର୍ଯ୍ୟନ୍ତ କୌଣସି ଆକ୍ରନ୍ତ ଚିହ୍ନଟ ନହୁଅନ୍ତି ତେବେ ସେହି ଅଂଚଳରୁ ଲକ୍ ଡାଉନ୍ ହଟାଇ ଦିଆଯିବ ।
ସେହିପରି ରେଡ୍ ଜୋନ ଅଂଚଳରୁ ୧୪ ଦିନ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ନହେଲେ ସେଗୁଡିକୁ ଅରେଞ୍ଜ ଜୋନରେ, ଅରେଞ୍ଜ ଜୋନରେ ୧୪ଦିନ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ନହେଲେ ସେହି ଅଞ୍ଚଳକୁ ଗ୍ରୀନ ଜୋନ ଭାବେ ଗଣନା କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନରେ ସ୍ପଷ୍ଟ କରାଯାଇଛି । ତେବେ ୯ଟି ଜିଲ୍ଳାକୁ ଛାଡି ଦେଲେ ଆମ ରାଜ୍ୟର ବାକି ୨୧ ଜିଲ୍ଳା ଗ୍ରୀନ ଜୋନ ମଧ୍ୟରେ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *