ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି ପୂର୍ବାହ୍ନ ୧୦ଟା ୨୩ ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ‘ପିନାକ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ମଲ୍‌ଟି ବ୍ୟାରେଲ୍ ରକେଟ୍ ଲଞ୍ଚର୍‌ରୁ ଉତ୍‌କ୍ଷେପଣ ହେବା ପରେ ‘ପିନାକ’ ନିର୍‌ଦ୍ଦିଷ୍ଟ ସମୟ ଓ ଦୂରତାରେ ଲକ୍ଷ୍ୟଭେଦ କରିଥିଲା ।

‘ପିନାକ’ ହେଉଛି ଭାରତୀୟ ସ୍ଥଳସେନା ଦ୍ୱାରା ବ୍ୟବହୃତ ଅଧିକ ଦୂରଗାମୀ ସଂପନ୍ନ ସ୍ୱୟଂଚାଳିତ ଏକ ରକେଟ୍ ସିଷ୍ଟମ୍‌, ଯାହା ଏକାଥରକେ ବିଭିନ୍ନ ଦିଗକୁ ଯାଇ ଧ୍ୱଂସଲୀଳା ରଚାଇବ । ୭୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଟେଲିମେଟ୍ରୀ, ରାଡାର, ଇଲେକ୍‌ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ଆଦି ବହୁମୁଖୀ ବ୍ୟବସ୍ଥା ଜରିଆରେ ଏହାକୁ ଟ୍ରାକ୍ କରାଯାଇଥିଲା, ଯାହା ନିକ୍ଷେପର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା । ଆଜିର ପରୀକ୍ଷାରେ ୬ ରାଉଣ୍ଡରେ ୪୫ କିଲୋମିଟର ଦୂରତାକୁ ନେଇ ପରୀକ୍ଷା ହୋଇଛି । ଆଜି ୪୪ ସେକେଣ୍ଡ ମଧ୍ୟରେ ୬ ରାଉଣ୍ଡ ପରୀକ୍ଷା କରାଯାଇଛି ।

ସୂଚନା ଥାଉ କି ପିନାକ ହେଉଛି ଏକ ଡିଆରଡିଓ ଡିଜାଇନ୍ । ଏହା ପ୍ରଥମେ କାର୍ଗିଲ ଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିଲା ଏବଂ ଏହା ପରେ ବହୁ ସଂଖ୍ୟାରେ ଏହାକୁ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଗୋଟିଏ ପିନାକ ରେଜିମେଣ୍ଟରେ ୧୮ଟି ସିଷ୍ଟମ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *