ମୁଖ୍ୟମନ୍ତ୍ରୀ ନବୀନ କରିବେ ଡିଜିଟାଲ୍ ପ୍ରଚାର

ଭୁବନେଶ୍ୱର: ଉପର୍ନିବାଚନ ତାରିଖ ଯେତିକି ପାଖେଇ ଆସୁଛି, ବାଲେଶ୍ୱର ଓ ର୍ତିତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ କାଲିଠୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସିଧାସଳଖ ମତଦାତାଙ୍କ ପାଖକୁ ଯିବେନି, ବରଂ ଭର୍ଚୁଆଲ୍ ପ୍ଲାଟଫର୍ମରେ ପ୍ରଚାର କରିବେ ।

ର୍ତିତ୍ତୋଲରେ ଆସନ୍ତାକାଲି ଓ ୨୯ରେ ବାଲେଶ୍ୱରରେ ନବୀନଙ୍କ ଡିଜିଟାଲ୍ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବାଲେଶ୍ୱର ଆସନରେ ୨୯ ତାରିଖ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ଘଣ୍ଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନବୀନଙ୍କ ଭର୍ଚୁଆଲ୍ ରାଲିରେ ଅଧିକରୁ ଅଧିକ କର୍ମୀ ଓ ଭୋଟରଙ୍କୁ ଯୋଡ଼ିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ରାଲିର କୌଣସି ପ୍ରଭାବ ମତଦାତାଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ । ତବେ ନବୀନଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୨୩ ଓ ୨୪ରେ ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗି ସାରିଛନ୍ତି ।

ଘନଘନ ପ୍ରଚାରରେ ଏବେ କମ୍ପୁଛି ବାଲେଶ୍ୱର ଆସନ । ଭୋଟରଙ୍କ ମନ ଜିଣିବାକୁ ବି ତିନି ଦଳର ପ୍ରାର୍ଥୀ କଳ ବଳ କୌଶଳ ଲଗାଇ ଦେଇଛନ୍ତି । ଗଦା ଗଦା ପ୍ରତିଶ୍ରୁତି ବି ଦେଉଛନ୍ତି । ତେବେ ବଡ଼ କଥା ହେଲା ଏହି ଆସନରେ ଏଥର ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି, ବିଜେଡି ଓ କଂଗ୍ରେସ ସବୁ ଦଳର ପ୍ରାର୍ଥୀ ନୂଆ ମୁହଁ । ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି ଯୁବ ଓ ମହିଳା ଭୋଟର ।

ସିନ୍ଧିଆ ପଞ୍ଚାୟତର ମଧୁସୂଦନପୁର ଗାଁରେ ତିନି ପ୍ରମୁଖ ଦଳର ବ୍ୟାନର ପୋଷ୍ଟର ତ ଲାଗିଛି ହେଲେ ଗତ ସାଧାରଣ ର୍ନିବାଚନ ସହ ଏଥର ଉପ ର୍ନିବାଚନରେ କିନ୍ତୁ ସେଭଳି କିଛି ବିଶେଷ ଫରକ୍ ଅନୁଭବ କରୁନାହାନ୍ତି । ସ୍ଥାନୀୟ ଭୋଟରଙ୍କ ମତରେ ଭୋଟ୍ ବେଳେ ସମସ୍ତେ ଭାଇ ଭାଇ, ହେଲେ ଭୋଟ୍ ସରିଗଲା ପରେ କାହାରି ଦେଖା ନାହିଁ । ସମସ୍ୟା ସମାଧାନର ପ୍ରତିଶ୍ରୁତି ସବୁବେଳେ ସେମାନଙ୍କ ପାଇଁ ପାଣିର ଗାର । ସେପଟେ ବାଲେଶ୍ୱର ଭଳି ସରଗରମ ପ୍ରଚାରରେ ପଡୁଛି ଉଠୁଛି ର୍ତିତ୍ତୋଲ । ହାତରେ ମାତ୍ର ଅଳ୍ପ ଦିନ ଥିବାରୁ ମୈଦାନରେ ଥିବା ପ୍ରମୁଖ ତିନି ଦଳ ବିଜେପି, କଂଗ୍ରେସ ଏବଂ ବିଜେଡି ପ୍ରଚାରକୁ ଜୋର କରିଛନ୍ତି । ଦଳ ବଳ ଧରି ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଜୀ ଜାନ୍ ଲଗାଇ ଦେଇଛନ୍ତି । ନଭେମ୍ବର ୩ରେ ର୍ନିବାଚନ ଅନୁଷ୍ଠିତ ହେବ, ତେଣୁ ୧ ତାରିଖରେ ପ୍ରଚାର ସରିବ । ଘର ଘର ବୁଲି ଭୋଟରଙ୍କୁ ନିଜ ମୁଦ୍ଧା ସମ୍ପର୍କରେ ଅବଗତ କରିଛନ୍ତି ।

ଆଜି ବିଜେପିର ବରିଷ୍ଠ ନେତା ବିରିଡି ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି । କଂଗ୍ରେସ ରଘୁନାଥପୁର ବ୍ଲକରେ ବାଇକ୍ ରାଲି କରି ପ୍ରଚାରକୁ ତ୍ୱରାନୀତ କରିଛନ୍ତି । ସେହିଭଳି ବିଜେଡିର ତୁଙ୍ଗ ନେତା ପହଞ୍ଚି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ କ୍ୟାମ୍ପେନିଂ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *