ଆଇଟିଇଆରରେ ରକ୍ତଦାନ ଶିବିର

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍‌ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍‌) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ସମୟରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଯୁବପୀଢ଼ି ରକ୍ତଦାନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପୋଲିସ୍ କମିଶନର ଆହ୍ୱାନ ଦେଇଥିଲେ । ସେହିପରି ରକ୍ତଦାନ ମହତଦାନ ତେଣୁ ଏହି ପୂଣ୍ୟ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ସାମିଲ ହୁଅନ୍ତୁ ବୋଲି କହିଥିଲେ ସୋଆ କୁଳପତି ପ୍ରଫେସର ମହାପାତ୍ର ।

ଏହି ଶିବିରରେ ସୋଆର ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ପ୍ରାୟ ୩୮୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ରକ୍ତଦାନ ଶିବିରରେ କ୍ୟାପିଟାଲ୍ ହସ୍ପିଟାଲ୍‌, ରେଡକ୍ରସ ଓ ବିଏମ୍‌ସି ସାମିଲ୍ ହୋଇଥିଲେ ।

ଏହି ଶିବିରକୁ ଆଇଟିଇଆର୍‌ର ଆସିଷ୍ଟାଂଟ ପ୍ରଫେସର ଡଃ ସତୀଶ କୁମାର ସାମଲ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *