ରାଜଧାନୀରୁ ୬୪ ପଜିଟିଭ୍ , ୮୭ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ଧରି ଲଗାତାର ଭାବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳେ ରହୁଛି । ଏହି କ୍ରମରେ ଶନିବାର ରାଜଧାନୀରୁ ଆଉ ୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୭ଜଣ ସଂଗରୋଧ ଓ ୪୭ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ଅନ୍ୟପକ୍ଷରେ ୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୯, ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୮, ୫୭୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୮୭୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୪ ଜଣ, ଡୁମଡୁମାରୁ ୩ ଜଣ, ବମିଖାଲ, ରସୁଲଗଡ, ସୁନ୍ଦରପଦା, ଚିନ୍ତାମଣିଶ୍ୱର, ଗଣ୍ଡମୁଣ୍ଡା, ବରମୁଣ୍ଡା, ବଡଗଡ, ୟୁନିଟ ୯, ଚିନ୍ତାମଣିଶ୍ୱର, ଭୀମପୁର, ହଂସପାଳ, ନିଳାଦ୍ରୀବିହାର, ଓଲ୍ଡ ଟାଉନ୍, ଜୟଦେବ ବିହାର ଓ ଚକେଇସିଆଣିରୁ ୨ଜଣ ଲେଖାଏଁ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *