ବୀର କଳିଙ୍ଗର ୧୭ ତମ ସ୍ୱନକ୍ଷତ୍ର ସମାରୋହ

ଭୁବନେଶ୍ୱର , ୩୦/ ୧୨ : ସାପ୍ତାହିକ ଖବରକାଗଜ ‘ବୀର କଳିଙ୍ଗ’ର ୧୭ତମ ସ୍ୱନକ୍ଷତ୍ର ସମାରୋହ ସ୍ଥାନୀୟ ୟୁନିଟ୍‌-୯ ସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ପୂଜ୍ୟପୂଜା ସହ ଶିକ୍ଷାବିତ୍ ଡଃ ପ୍ରତିମାରାଣୀ ଷଡଙ୍ଗୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କବି କ୍ଷଣପ୍ରଭା ମହାନ୍ତିଙ୍କ ବେଦ ପାଠ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା ।

ଏହି ସମାରୋହରେ ପ୍ରାକ୍ତନ ନ୍ୟାୟମୂର୍ତି ତଥା ଓଡିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ବିଧି ବିଭାଗ, ଶ୍ରୀଯୁକ୍ତ ଅମ୍ବୁଜ ମୋହନ ଦାସ ମୁଖ୍ୟ ଅତିଥି, ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର (କୁଳପତି, ସୋଆ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର) ଉଦଘାଟକ ଭାବେ ଯୋଗଦେବା ସହ ଅନ୍ୟତମ ସମ୍ମାନୀୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ଲୋକସେବକ ମଣ୍ଡଳ ସମ୍ପାଦକ ତଥା ଦୈନିକ ଖବରକାଗଜର ସମାଜର ମୁକ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ ।

ଅନୁଷ୍ଠାନର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ଅନୁଷ୍ଠାନର ଆଭିମୁଖ୍ୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ କବିତା ପାଠ ଓ ସାହିତ୍ୟ ଆଲୋଚନା କରାଯାଇଥିଲା । ମୁଖ୍ୟବକ୍ତା କବି ରାଜକିଶୋର ପତି ଓ ସଭାପତି କାନନବାଳା ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା । ପ୍ରତିଭା ମାନଙ୍କ ମଧ୍ୟରେ ଚଳିତ ବର୍ଷ ଶ୍ରେଷ୍ଠ ସମ୍ମାନ (କଳିଙ୍ଗରତ୍ନ ସମ୍ମାନ) ପଣ୍ଡିତ ଦୈତାରୀ ମହାପାତ୍ର (ନବୀନବାଳା ସ୍ଖୃତି ସମ୍ମାନ), ବିଷ୍ଣୁପଦ ସିଂହ ଦେବ (ପଶ୍ଚିମ ସିଂହଭୂମି, ଝାଡଖଣ୍ଡ), ଅଧରମଣୀ ସ୍ମୃତି ସମ୍ମାନ, ପରିତୋଷ ସାହୁ (ଝାଡଖଣ୍ଡ) (ବୀର କଳିଙ୍ଗ ପ୍ରତିଭା ସମ୍ମାନ) , କାନ୍ତିଲତା ଦାଶ (ବୀର କଳିଙ୍ଗ ସାରସ୍ୱତ ସମ୍ମାନ), ଶୁଭଶ୍ରୀ ସିଂ, (ବୀର କଳିଙ୍ଗ ଗୌରବ ସମ୍ମାନ), ଗବେଷିକା ସଂଯୁକ୍ତା ମଲ୍ଲିକ ଏବଂ ଯୁଗ୍ମ ଭାବେ ସେବା ଆଦର୍ଶ ପାଇଁ ବୀର କଳିଙ୍ଗ ସେବା ସମ୍ମାନ ଡଃ ମହାବାହୁ ନାୟକ ଓ ଡଃ ସୁକାନ୍ତି ସୁଚିତ୍ରା ଷଡଙ୍ଗୀଙ୍କୁ ପ୍ରଦାନ କରାଯାଇଛି ।

ମୁଖ୍ୟ ମଂଚ ଉପସ୍ଥାପିକା ଭାବେ କବି ମିନତୀ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସ୍ଥଳେ ବୀର କଳିଙ୍ଗ ମୁଖ୍ୟ ସମ୍ପାଦିକ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାୟକ ସମସ୍ତ କାର୍ଯ୍ୟକ୍ରମ ତଦାରଖ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *