ବଲାଙ୍ଗିରରୁ ଦୁଇ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲାରୁ ଦୁଇ କରୋନା ଫଜିଟିଭ୍ ଚିହ୍ନଟ୍ ହୋଇଛନ୍ତି । ପ୍ରଥମଥର ପାଇଁ ବଲାଙ୍ଗିରରୁ ଏହି କରୋନା ରୋଗୀ ଚିହ୍ନଟ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ବୟସ ୨୨ବର୍ଷ ଏବଂ ୧୮ ବର୍ଷ । ନିକଟରେ ସେମାନେ ତାମିଲନାଡୁରୁ ଫେରିଥିବା ଜଣାପଡିଛି । ଏହି କରୋନା ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିବା ସହ ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି ।

ଆଜି ପୂର୍ବାହ୍ନରେ ବାଲେଶ୍ୱରରୁ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ରାଜ୍ୟରେ ୧୦୩ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ପୂର୍ବରୁ ବଲାଙ୍ଗିରରରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହା ଗ୍ରୀନ୍ ଜୋନ୍ ମଧ୍ୟରେ ରହିଥିଲା । ଆସନ୍ତା ମେ’ ୩ତାରିଖ ପରଠାରୁ ଏହି ଜିଲ୍ଲାରେ ଜନଜୀବନ ସାଧାରଣ ହୋଇଯିବ ବୋଲି ଆଶା କରାଯାଉଥିଲା । ମାତ୍ର ଏହି ଦୁଇ କରୋନା ଚିହ୍ନଟ ହେବା ଫଳରେ ଏହିଜିଲ୍ଲା ଗ୍ରୀନ୍ ଜୋନ୍ ତାଲିକାରୁ ବାଦ୍ ପଡି ଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୭ଜଣ ଆକ୍ରାନ୍ତ ରହିଥିବା ବେଳେ ଯାଜପୁର ଜିଲ୍ଲାରେ ୩୬ଜଣ ଓ ବାଲେଶ୍ୱର ଜିଲ୍ଳାରେ ୨୦ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୧୯ଜଣ ଆକ୍ରାନ୍ତ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ନାମାରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ରେଡ୍ ଜୋନ୍ ମଧ୍ୟରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *