୭ରୁ ଝାଞ୍ଜିରୀମଙ୍ଗଳା ପୀଠରେ ରାମଚରିତ ମାନସ

କଟକ,୬ା୪: ଆସନ୍ତା ୭ ତାରିଖରୁ ଜଗତମାତା ଶ୍ରୀ ଶ୍ରୀ ଝାଞ୍ଜିରୀମଙ୍ଗଳାଙ୍କ ପୀଠରେ ଶ୍ରୀରାମଚରିତ ମାନସ ଓ ନବାହ୍ନ ପାରାୟଣ ଭାଗବତ କଥାମୃତ, ଗୀତାଜ୍ଞାନ ଯଜ୍ଞ, ମାଳିକା ଉପାଖ୍ୟାନ ଓ ଭଜନ ସମାରୋହ ଅନୁଷ୍ଠିତ ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୭ ବର୍ଷ ଅବସରରେ ଆସନ୍ତା ୭ ତାରିଖରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଶୋଭାଯାତ୍ରାରେ ଅଣାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।

ଆଠ ତାରିଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ନବାହ୍ନ ପାରାୟଣ ଓ ଈକ୍ସନ କାର୍ଯ୍ୟକ୍ରମ ହେବ । ଏଥିସହିତ ହନୁମାନ ଚାଳିଶା ଏବଂ ଆସନ୍ତା ୨୬ ତାରିଖରେ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀ ମଦନ ମୋହନ କମିଟିର ସଭାପତି ପ୍ରତାପ ଚନ୍ଦ୍ର ରାଜ୍ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *