୪୦ ଡିଗ୍ରୀ ଉପରେ ୧୪ ସହର, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୪ ସହର । ଅନୁଗୁଳରେ ସର୍ବାଧିକ ୪୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।

ସମଗ୍ର ରାଜ୍ୟରେ ଗ୍ରୀଷ୍ମ୍ ଲହରୀ ଜାରି ରହିଥିବା ବେଳେ ଅନୁଗୁଳର ତାପମାତ୍ରା ଟିଟିଲାଗଡ଼କୁ ଟପିଯାଇଛି । ଟିଟିଲାଗଡ଼ରେ ଆଜି ୪୩ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୪୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ବୌଦ୍ଧରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦ ୪୨.୫, ବଲାଙ୍ଗିର ଓ ତାଳଚେରରେ ବି ୪୨.୫ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।

ସୋନପୁର ୪୨.୪, ଝାରସୁଗୁଡା ୪୨.୨, ଭବାନୀପାଟଣା ୪୨, ମାଲକାନାଗିରି ୪୧, ଫୁଲବାଣୀ ୪୦.୪, ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଗ୍ରୀଷ୍ମ୍ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରାଯିବା ସହ ୬ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *