ହିନ୍ଦୁସ୍ଥାନ କୋକା-କୋଲା ପାଳିଲା ଧରିତ୍ରୀ ଦିବସ

ଭୁବନେଶ୍ୱର/ଖୋର୍ଦ୍ଧା, ଅପ୍ରେଲ ୨୨: ଭାରତର ଏକ ବୃହତ୍ ଅଗ୍ରଣୀ ଏଫଏମସିଜି କମ୍ପାନୀ, ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସ୍ ପ୍ରାଇଭେଟ ଲିଃ.(ଏଚସିସିବି) ଆଜି ଖୋର୍ଦ୍ଧାସ୍ଥିତ ପରିସରରେ ତାର ସମସ୍ତ ସହଯୋଗୀ ତଥା ଏହି ଗୋଷ୍ଠୀରେ ଅନ୍ତର୍ଗତ ସମସ୍ତ ସଭ୍ୟଙ୍କୁ ନେଇ ଏକ ସୃଜନାତ୍ମକ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ତଥା ବକୃତା ପ୍ରତିଯୋଗିତାର ଏକ ସୁନ୍ଦର ପରିବେଶ ମଧ୍ୟରେ ୪୯ତମ ଧରିତ୍ରୀ ଦିବସ ପାଳିତ ହୋଇଛି । ଏହାର ସ୍ଥାନୀୟ ଏଚସିସିବି ବାଲୱାଡ଼ି (୬ବର୍ଷ ବୟସରୁ କମ୍ ପିଲାଙ୍କୁ ନେଇ) ଏବଂ ବୃତିୟ ବିକାଶ କେନ୍ଦ୍ର (ସିଡ଼ିସି) ଠାରେ ଏ ସମସ୍ତ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଦସନା, ବିଦାଡ଼ି, ଅରନ୍ୟ, ନିମମ୍, ବିଜୟୱାଡ଼ା,ଶ୍ରୀକାହସ୍ଥି, ହାଇଦ୍ରାବାଦ, ୱାଡ଼ା, ଗୋବଲେଜ, ସନନ୍ଦ, ପୁନା ଏବଂ ଭୋପାଳଠାରେ ଥିବା ଏହାର ସହଯୋଗୀ ତଥା ଗୋଷ୍ଠୀରେ ଅନ୍ତର୍ଭୁକ୍ତ ସଭ୍ୟମାନଙ୍କୁ ନେଇ ୧୧୦୦ରୁ ଅଧିକ ବୃକ୍ଷରୋପଣ ଏହା ଏଚସିସିବିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଏହାର ବର୍ହିସଯୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଅଂଶଗ୍ରହଣରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଯାହାକି ଆଜିର ଏହି ପ୍ରସଙ୍ଗ ଉପରେ ରଖାଯାଇଛି ଅନୁଷ୍ଠିତ ହେବା ସହିତ କୃତିତ୍ୱ ଲାଭ କରିଥିବା ତିନି ପ୍ରତିଯୋଗୀମାନଙ୍କୁ ସମସ୍ତଙ୍କ ସମ୍ମୁଖରେ ସମ୍ମାନୀତ କରିବା ସହିତ ଆସନ୍ତା ବର୍ଷ ଏଚସିସିବି ଡ଼ାଏରୀରେ ସେମାନଙ୍କୁ ମୁଖ୍ୟ ସାମିଲ କରାଯିବ ।

ଜୟଦୀପ ରାୟ, କାରଖାନା ପରିଚାଳକ,ଏଚସିସିବି ଖୋର୍ଦ୍ଧା, ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଦ୍ୱିଗୁଣିତ ଭାବରେ ଏହାର କାର୍ଯ୍ୟ ଧାରାକୁ ବୃଦ୍ଧି କରିବାର ପ୍ରତିଶୃତିବଦ୍ଧତାକୁ ଦୋହରାଇବା ସହିତ କହିଲେ, ଆମେ ଖୋର୍ଦ୍ଧାସ୍ଥିତ ଆମର କାରଖାନାରେ ଏକ ସବୁଜ ଉତ୍ପାଦନ କ୍ଷମତାର ବିକଶିତ ତଥା ପରିଚାଳିତ ପରିବେଶ ବଳୟ ଉପରେ ସବୁବେଳେ ପ୍ରକୃତ ବିଶ୍ୱାସ ପ୍ରକଟ କରିଆସିଛୁ ।

ପରିବେଶ-ରହିତ-ବନ୍ଧୁତ୍ୱପୂର୍ଣ୍ଣ କୌଶଳ ତଥା ପ୍ରଣାଳୀ ଏବଂ ବିଭିନ୍ନ ପ୍ରକାର ଅନୁକୂଳତମ ବ୍ୟବହାରିତା ଏବଂ ପ୍ରଶିକ୍ଷଣ ସମ୍ବଳକୁ ନେଇ ଆମେ ସମସ୍ତ ପ୍ରକାର ପଦକ୍ଷେପ ମିଳିତ ଭାବରେ କାର୍ଯ୍ୟକ୍ଷମ କରିପାରିଛୁ ଯାହାକି ଆମ କାରଖାନାର ମିଳିତ ସହଯୋଗର ଏକ ନମୂନା ଭାବେ ଉପସ୍ଥାପିତ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *