ଜୀବଜନ୍ତୁ ଓ ପ୍ରକୃତି ସୁରକ୍ଷା ପାଇଁ ମହାଯଜ୍ଞ

ଭୁବନେଶ୍ୱର, ୧୩/୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଆଶ୍ରମ ଜରାନିବାସ ପରିସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାରଙ୍ଗ ୪୮ ମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀ ଓ ହାଉସିଂବୋର୍ଡ ସାଇ ମନ୍ଦିର, ପଟିଆ ସାଇ ମନ୍ଦିର ଓ ରଘୁନାଥପୁର ସାଇ ମନ୍ଦିରର ସେବକମାନଙ୍କ ଦ୍ୱାରା ବାବାଙ୍କ ଚଭାଡି ଶୋଭାଯାତ୍ରା ନଗର କୀର୍ତ୍ତନ କରି ଆଶ୍ରମରେ ପହଞ୍ଚିଥିଲା ।
ଏହା ପରେ ବିଧାୟକ, ଉତ୍ତର ଭୁବନେଶ୍ୱର ସୁଶାନ୍ତ କୁମାର ରାଉତ ଓ ରାଜ୍ୟ ବରିଷ୍ଠ ନାଗରିକ ସଂଘର ସଭାପତି ମଧୁମାଧବ ଜେନା ଓ ଆଶ୍ରମର ସାଇଭକ୍ତ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ, ବ୍ରାହ୍ମଣ ପଣ୍ଡିତ, ବୁଦ୍ଧିଜୀବି ଓ ରଘୁନାଥପୁର ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହା ପରେ ଆଶ୍ରମର ପୁଷ୍କରିଣୀରେ ଡଙ୍ଗା ଭସାଇବା ସହିତ ନୈାକାବିହାର କରିଥିଲେ ।
ବାବାଙ୍କ ଦିବ୍ୟଲୀଳାକୁ ସ୍ମରଣ କରି ସମସ୍ତ ସାଇପ୍ରେମୀମାନେ ନାମ ସଂକୀର୍ତ୍ତନ କରିଥିଲ ଓ ଏକ ବିଶେଷ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ପଶୁପକ୍ଷୀ ଓ ବୃକ୍ଷଲତା ମାନଙ୍କ ସୁରକ୍ଷା ପାଇଁ ୧୦୦୮ ଆହୁତି ପ୍ରଦାନ କରାଯାଇଥିଲା । ପଣ୍ଡିତ ଭାସ୍କର ଚନ୍ଦ୍ର ମିଶ୍ର, ପଣ୍ଡିତ ସୁଦର୍ଶନ ଦାସ ଓ ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର ଯଜ୍ଞ କରିଥିଲେ ।
ଏହି ଉତ୍ସବରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ଆଗାମୀ ଦିନରେ ଅନେକ ଗୁଡିଏ ଫୁଳଗଛ ଲଗାଇ ପରିବେଶକ ସୁନ୍ଦର ଓ ସବୁଜ କରିବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହୋଇଥିଲେ । ପଲିଥିନ୍ ବର୍ଜନ ଓ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପବିତ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଅଶ୍ରୁମୋଚନ ମହାନ୍ତି, ମିହିର ରାଉତ, ଡ. ସଞ୍ଜୟ ଶତପଥି, ଶ୍ରୀ ଶୋଭାକର ଦାସ, ଫତେ ସିଂ ଅତିଥିମାନେ ଯୋଗ ଦେଇଥିଲେ । ସମାଜରେ ସେବା କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକ ପ୍ରଦୀପ୍ତ କୁମାର ସ୍ୱାଇଁ, ଜଗନ୍ନାଥ ଭଞ୍ଜ, ଦିବ୍ୟ ମାନସିଂ ଓ ପ୍ରଦୀପ୍ତ ସେଠୀଙ୍କୁ ସମ୍ମାନିତ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପାତ୍ର ଓ ସଭାପତି ଆଶିଷ ନାୟକ ପରିଚାଳନା କରିଥିଲେ । ସଂପାଦକ ବିଜୟ କୁମାର ମାର୍ଥା ଜରାଶ୍ରମ ବିଷୟରେ ସୂଚନା ଦେଇଥିଲେ ଓ ଦିଲ୍ଲୀପ କୁମାର ରାଓ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *