ରାଖାଲ ମହାନ୍ତି ଓ କପିଳେଶ୍ୱର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ଅପେଲ ୧୪: ଓଡ଼ିଶା ସିନେ ଜଗତର ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି ଓ ଖ୍ୟାତିସମ୍ପନ୍ନ ଲେଖକ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କ ବିୟୋଗରେ ସାମାଜ଼ିକ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ “ବର୍ଷିୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ମର୍ମାହତ । ଓଡ଼ିଆ ସଙ୍ଗୀତ ଜଗତ ପ୍ରତ଼ି ତାଙ୍କର ଅବଦାନ ଅତୁଳନୀୟ ଥିଲା। ତାଙ୍କର ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତ଼ି ଘଟଛ଼ି଼ି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତ଼ି କାମନା କରୁଛ଼ି” ବୋଲି ସେ ଉଲ୍ଲେଖ କରିଛନ୍ତି।
ସେହିପରି ଅନ୍ୟ ଏକ ପୃଥକ ଲେଖାରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ “ଖ୍ୟାତ଼ିସମ୍ପନ୍ନ ଲେଖକ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କ ବିୟୋଗରେ ମୁଁ ଦୁୁଃଖିତ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ଼ ଅମର ଆତ୍ମାର ସଦଗତ଼ିକାମନା କରୁଛି । ଏହ଼ି ଦୁୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ଲୋକଙ୍କୁ ଶକ୍ତି ଦିଅନ୍ତୁ” ।