ମୋଦିଙ୍କ ସହ ଠିଆ ହୋଇଛନ୍ତି ଓଡିଶାବାସୀ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଅପ୍ରିଲ ୧୦: ରାଜ୍ୟରେ ୧୯ ବର୍ଷ ସରକାର ଓ କେନ୍ଦ୍ରରେ ୫ ବର୍ଷ ସରକାର ମଧ୍ୟରେ ତୁଳନାତ୍ମକ ଚିତ୍ରକାଢୀ ରାଜ୍ୟର ଜନତା ବିଶେଷ ଭାବରେ ଯୁବପୀଢି ମୋଦିଙ୍କ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ସୁଦ୍ଧା ସେ ବୁଲିଥିବା ସ୍ଥାନ ମାନଙ୍କରେ ଯୁବପୀଢି ବିଶେଷ ଭାବରେ ପ୍ରଥମ ଥର ଭୋଟ ଦେବାର ଅଧିକାର ପାଇଥିବା ୧୮ ରୁ ୨୫ ବର୍ଷର ଯୁବପୀଢି ଆଗାମୀ ୫ ବର୍ଷରେ ନିଜର ଭବିଷ୍ୟତ ପାଇଁ ମୋଦିଙ୍କ ଉପରେ ଅତୁଟ ଭରସା ରଖି ରାଜରାସ୍ତାକୁ ବାହାରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ରହିଛି ଅପାର ସମ୍ଭାବନା । ବିଜେପି ତାର ସଂକଳ୍ପ ପତ୍ରରେ ରାଜ୍ୟର ପ୍ରତି ପରିବାରର ଅନ୍ୟୂନ ଜଣେ ବ୍ୟକ୍ତିକୁ ଆଗାମୀ ୫ ବର୍ଷରେ ରୋଜଗାର ଓ ସ୍ୱରୋଜଗାର ସହିତ ଯୋଡିବା ପାଇଁ ପ୍ରତିଶ୍ରୁତି ଦେଇଛି । ରାଜ୍ୟରେ ବିଜେପି ସରକାର ହେଲେ ଯେପରି କୌଣସି ଯୁବକ ରାଜ୍ୟ ଛାଡି ବାହାରକୁ ଯିବା ବଦଳରେ ନିଜ ଜିଲ୍ଲାରେ ରୋଜଗାର ସୁବିଧା ଉପଲବ୍ଧ କରାଯାଇପାରିବ ସେଥିପାଇଁ ବିଜେପି ବଧ ପରିକର ଥିବା କଥା ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ୧୯ ବର୍ଷ ଶାସନରେ ରାଜ୍ୟର ମହିଳାଙ୍କ ସ୍ୱାଭିମାନ ଭୂଲୁଣ୍ଠିତ ହୋଇଛି । ବିଶେଷ ଭାବରେ କମ୍ ବର୍ଷର ଝିଅ ମାନେ ଦୁଷ୍କର୍ମ ଓ ନିର୍ଯ୍ୟାତନାର ଶୀକାର ହେଉଥିବା ବେଳେ ସରକାରୀ ବ୍ୟବସ୍ଥା ଦୋଷୀକୁ ଦଣ୍ଡ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ରାଜ୍ୟରେ ବିଜେପି ସରକାର ହେଲେ ୧୫ ବର୍ଷରୁ କମ ଝିଅଙ୍କୁ ଦୁଷ୍କର୍ମ ମାମଲାରେ ସଂପୃକ୍ତ ବ୍ୟକ୍ତିବିଶେଷକୁ ଫାଶୀ ଦଣ୍ଡ ଦେବା ପାଇଁ ନିୟମ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଚଳିତ ନିର୍ବାଚନ ଆଶା ଓ ଆକାଂକ୍ଷାର ନିର୍ବାଚନ, ଆଶା ଓ ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ନୂଆ କରି ଗଢି ତୋଳିବା ପାଇଁ ଏ ନିର୍ବାଚନ । ରୋଜଗାର, ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଓ ସ୍ୱାଭିମାନ ଏ ସବୁ ଆଜି ଦିନର ନୂଆ ଭୋଟର ମାନଙ୍କୁ ପ୍ରଭାବିତ କରିଛି । ସମାଜରେ କୌଣସି ବଡ ପରିବର୍ତନର ଆଗ୍ରଭାଗରେ ଯୁବପୀଢି ଥାଏ । ଆଜିର ଓଡିଆ ଯୁବପୀଢି ରାଜ୍ୟରେ ୧୯ ବର୍ଷ ଧରି ଚାଲୁଥିବା ସ୍ଥାଣୁ, ଅପାରଗ ଓ ସମ୍ବେଦନହୀନ ସରକାରକୁ ବଦଳାଇ ଓଡିଶାକୁ ପରିବର୍ତନ ଓ ପ୍ରଗତିର ରାସ୍ତାରେ ନେବା ପାଇଁ ମନ ପ୍ରସ୍ତୁତ କରିସାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *